ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ରହିଛି

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ରହିଛି

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ରହିଛି
ଭୁବନେଶ୍ୱର : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି । କେନ୍ଦ୍ର ସରକାର ଏନେଇ ସୁପାରିଶ କରିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ମୋହର ଲଗାଇଛନ୍ତି । କୌଣସି ଦଳ ସରକାର ଗଢ଼ିବାରେ ସମର୍ଥନ ନହେବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ କରାଯାଇଛି । ସୂଚନାଯୋଗ୍ୟଯେ, ପ୍ରଥମେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ସରକାର ଗଢ଼ିବାକୁ ବିଜେପିକୁ ଡାକିଥିଲେ । କିନ୍ତୁ ବିଜେପି ମନା କରିବା ପରେ ଶିବସେନାକୁ ଡକାଯାଇଥିଲା । ଶିବସେନା ଏଥିପାଇଁ ସମୟ ମାଗିଥିଲେ ମଧ୍ୟ ରାଜ୍ୟପାଳ ମାତ୍ର ୨୪ ଘଂଟା ସମୟ ଦେଇଥିଲେ । ପରେ ଏନସିପିକୁ ମଧ୍ୟ ସରକାର ଗଢ଼ିବାର ସୁଯୋଗ ଦିଆଯାଇଥିଲା । ବିଜେପିକୁ ବାଦ ଦେଇ ଶିବସେନା, କଂଗ୍ରେସ ଓ ଏନସିପି ସରକାର ଗଢ଼ିବାର ସମ୍ଭାବନା ରହିଥିଲା । ଶିବସେନା ଓ ଏନସିପି ମେଂଟକୁ କଂଗ୍ରେସ ବାହ୍ୟ ସମର୍ଥନ ଦେବବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କଂଗ୍ରେସ ଶେଷ ପର୍ଯ୍ୟନ୍ତ ଆଭିମୁଖ୍ୟ ସ୍ପଷ୍ଟ ନକରିବାରୁ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ରାଜ୍ୟପାଳ କେନ୍ଦ୍ରକୁ ସୁପାରିଶ କରିଥିଲେ ।