‘ବାଲିଯାତ୍ରା’କୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ର ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ
‘ବାଲିଯାତ୍ରା’କୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ର ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ
admin
Nov 13, 2019 - 07:39
Updated: Nov 13, 2019 - 07:39
ଭୁବନେଶ୍ୱର: କଟକିଆଙ୍କ ଭାବାବେଗ ତଥା ଦାବିକୁ ସମ୍ମାନ ଜଣାଇ ରାଜ୍ୟ ସରକାର କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମାନ୍ୟତା ପ୍ରଦାନ କରିଛନ୍ତି । ତେବେ ‘ବାଲିଯାତ୍ରା’କୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ର ମାନ୍ୟତା ଦାବି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଛନ୍ତି । ବାଲିଯାତ୍ରା ଓଡ଼ିଶା ନୌବାଣିଜ୍ୟ, କଳା ସାହିତ୍ୟର ଐତିହ୍ୟ ବହନ କରେ ବୋଲି କହି ନବୀନ ‘ବାଲିଯାତ୍ରା’କୁ ‘ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ’ର ମାନ୍ୟତା ଦେବାକୁ ଦାବି କରିଛନ୍ତି ।
ପ୍ରକାଶ ଯେ, ଐତିହାସିକ ବାଲିଯାତ୍ରାର ଆରମ୍ଭ ସମୟ ଜଣାନଥିଲେ ବି ଏହା ଓଡ଼ିଶାକୁ ଏକ ଅନନ୍ୟ ପରିଚୟ ଦେଇଛି । ଓଡ଼ିଶା ତଥା ଭାରତକୁ ବିଶ୍ୱରେ ପରିଚିତ କରାଇବାରେ ସହାୟକ ହୋଇଛି । ତେଣୁ ଏହା ଜାତୀୟ ମାନ୍ୟତା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଦାବି ଉପସ୍ଥାପନ କରାଯିବ ଉଚିତ ବୋଲି ମଙ୍ଗଳବାର ବାଲିଯାତ୍ରାର ଉଦଘାଟନୀ ଉତ୍ସବରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ମତପୋଷଣ କରିଥିଲେ ।