ବିଧାନସଭାରେ ପୋଲାଭରମ ଝଡ
ବିଧାନସଭାରେ ପୋଲାଭରମ ଝଡ
admin
Jun 28, 2019 - 09:02
Updated: Jun 28, 2019 - 09:02
ଭୁବନେଶ୍ୱର: ଶୁକ୍ରବାର ବିଧାନସଭାର ଶୂନ୍ୟକାଳରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ ଉଠିଛି । ଏହି ପ୍ରସଙ୍ଗକୁ ନେଇ ସରଗରମ ଆଲୋଚନା ହୋଇଛି । ଏହି ପ୍ରସଙ୍ଗକୁ ଉଠାଇ ବିଜେଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିବାବେଳେ କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ।
ପ୍ରଥମେ ଏହି ପ୍ରସଙ୍ଗକୁୁ ଉଠାଇ ବିଧାୟକ ଦେବୀ ମିଶ୍ର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ସେ କହିଥିଲେ ଯେ, ପୁଣି ୨ ବର୍ଷ ପୋଲାଭରମ ପ୍ରକଳ୍ପ କାମ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ପୂର୍ବରୁ ୟୁପିଏ ଯାହା ଥିଲା, ଏନଡିଏ ତାହା ବୋଲି ଶ୍ରୀ ମିଶ୍ର କହିଥିଲେ ।
ଅନ୍ୟପକ୍ଷରେ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ବିଧାନସଭାରେ ୨ଥର ପ୍ରସ୍ତାବ ଆସିଲା । ହେଲେ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୃହରେ ବିବୃତି ରଖିବାକୁ କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଥିଲେ । ଏଥିସହ ଶ୍ରୀ ବାହିନୀପତି କହିଥିଲେ ଯେ, ବାଚସ୍ପତି ନିଜେ ଯାଆନ୍ତୁ, ସମସ୍ତେ କାମ ବନ୍ଦ କରିବା ପାଇଁ ପଦକ୍ଷେପ ନେବା । ବିଜେଡି ଏହାକୁ ନେଇ ରାଜନୀତି କରୁଥିଲା, କିନ୍ତୁ ସଫଳ ହୋଇନାହିଁ । ବିଜେଡି-ବିଜେପି ମିଶିଯାଇଛନ୍ତି । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରନ୍ତୁ ବୋଲି ଶ୍ରୀ ବାହିନୀପତି ଦାବି କରିଥିଲେ ।