ପରିବର୍ତ୍ତନ ହେବ ପାଗ ! ଆଗକୁ ଦିନର ତାପମାତ୍ରା ବଢ଼ିବ

ପରିବର୍ତ୍ତନ ହେବ ପାଗ ! ଆଗକୁ ଦିନର ତାପମାତ୍ରା ବଢ଼ିବ

ଏଣିକି କଳାବୈଶାଖୀ ପ୍ରତି ଡରନାହିଁ । ମାର୍ଚ୍ଚ ୯ କାଳବୈଶାଖୀ ବର୍ଷା ହେବନି । ଦିନର ତାପମାତ୍ରା ବଢ଼ିବ। ସହ ରାତିରେ ତାପମାତ୍ରା ୪ରୁ ୫ ଡିଗ୍ରି ବଢ଼ିବ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ରୁ ଅଧିକ ତାପମାତ୍ରା ବଢିବ । ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ୭ ଓ ୮ ତାରିଖରେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହଲକା ବର୍ଷା ହେବ । ଗୁରୁବାର ମଧ୍ୟାହ୍ନରେ ଖୋର୍ଦ୍ଧା ସମେତ ପୁରୀ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟରେ ହଲକା ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହୋଇପାରେ । ଏହାପରଠାରୁ ପାଗରେ ଧୀରେ ଧୀରେ ପରିବର୍ତନ ହେବ। ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାବ୍ୟତୀତ ଓଡ଼ିଶାର ଅନ୍ୟ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ।