ମୋଦିଙ୍କୁ ଟାର୍ଗେଟ କରିଛନ୍ତି ନବୀନ

ମୋଦିଙ୍କୁ ଟାର୍ଗେଟ କରିଛନ୍ତି ନବୀନ

ମୋଦିଙ୍କୁ ଟାର୍ଗେଟ କରିଛନ୍ତି ନବୀନ
ବାଲେଶ୍ୱର:ଚତୁର୍ଥ ପର୍ୟ୍ୟାୟ ପାଇଁ ବିଜେଡି ସୁପ୍ରିମୋଙ୍କ ପ୍ରଚାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ନବୀନ ।ସେ କହିଛନ୍ତି ନିର୍ବାଚନ ଆସିଲେ ବିଜେପି ନେତାଙ୍କ ଓଡ଼ିଶା କଥା ମନେପଡ଼େ । ପ୍ରାକୃତିକ ବିପର୍ୟ୍ୟୟ ବେଳେ କେନ୍ଦ୍ରୀୟ ନେତା ଆସିଲେନି । ‘ବାଲେଶ୍ୱରରେ ମେଡିକାଲ ପାଇଁ କେନ୍ଦ୍ରମନ୍ତ୍ରୀ କିଛି କଲେନି, ‘ରାଜ୍ୟ ସରକାରଙ୍କ ଉଦ୍ୟମରେ ମେଡିକାଲ କଲେଜ ହେଲା ବୋଲି ନବୀନ ଅଭିଯୋଗ କରିଛନ୍ତି । ସେହିପରି କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସଂଧ୍ୟା ୫ଟାରେ ବଡ଼ସାହିର ବୈଶିଙ୍ଗା ଠାରୁ ଆରମ୍ଭ ହେବ ରୋଡ ସୋ। ଏହି ରୋଡ ସୋ ବାରିପଦା ଯାଏ ଯିବ । ପରେ ବାରିପଦା ଟାଉନରେ ରୋଡ ସୋ କରିବେ ନବୀନ। ରାତି ୯ଟାରେ ରୋଡ ସୋ ସରିବା ପରେ ବାରିପଦା ସର୍କିଟ ହାଉସରେ ରାତ୍ରିଯାପନ କରିବେ।