ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ଚିଠି
ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ଚିଠି
admin
May 11, 2019 - 04:48
Updated: May 11, 2019 - 04:48
ଭୁବନେଶ୍ୱର : ‘ଫନି’ରେ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ଜିଲ୍ଲା ପାଇଁ ଅତିରିକ୍ତ ୧୦ ଲକ୍ଷ ଲିଟର କିରାସିନି ଯୋଗାଇ ଦିଆଯାଉ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତିଯେ, ବାତ୍ୟାରେ ପୁରୀ ଜିଲ୍ଲାରେ ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ବିଜୁଳି ଭିତିଭୂମି କ୍ଷେତ୍ରରେ ସର୍ବାଧିକ କ୍ଷୟକ୍ଷତି ହୋଇଛି । ତେଣୁ ବିଜୁଳି ଯୋଗାଣ ପାଇଁ କିଛି ଅଧିକ ସମୟ ଲାଗିପାରେ । ମାତ୍ର ବିଜୁଳି ନଥିବାରୁ ଅନ୍ଧାର ଦୂର ପାଇଁ ଲୋକଙ୍କର କିରୋସିନ ଆବଶ୍ୟକତା ବହୁ ପରିମାଣରେ ବଢ଼ିଯାଇଛି । ବାତ୍ୟା ବିପନ୍ନ ଲୋକଙ୍କୁ ରିଲିଫ ଯୋଗାଣ ବେଳେ ଅଧିକ କିରୋସିନ ଦରକାର । ତେଣୁ କୋଟା ବାବଦକୁ ଯେତିକି କିରୋସିନ ଦିଆଯିବା କଥା, ତା’ ସହ ଅତିରିକ୍ତ ୧୦ ଲକ୍ଷ ଲିଟର କିରୋସିନ ଆବଂଟନ କରାଯାଉ । ଜରୁରୀକାଳୀନ ଭିତିରେ ତୈଳ କମ୍ପାନୀଗୁଡ଼ିକ ହୋଲସେଲରଙ୍କ ପାଖରେ ମାଗଣାରେ ଏହି କିରୋସିନ ପହଁଚାନ୍ତୁ । ଫଳରେ ବାତ୍ୟା ବିପନ୍ନଙ୍କୁ ଏ ବାବଦକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ମେ’ ମାସରେ କିରୋସିନ ଉଠାଣ ହେବା ସହ ବଂଟନ କରାଯିବ ବୋଲି ନବୀନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ।