ଘସିପୁରାର ବିଭିନ୍ନ ବୁଥରେ ରିଗିଂ ଅଭିଯୋଗ : ସିଇଓଙ୍କୁ ଭେଟିଲା କଂଗ୍ରେସ

ଘସିପୁରାର ବିଭିନ୍ନ ବୁଥରେ ରିଗିଂ ଅଭିଯୋଗ : ସିଇଓଙ୍କୁ ଭେଟିଲା କଂଗ୍ରେସ

ଘସିପୁରାର ବିଭିନ୍ନ ବୁଥରେ ରିଗିଂ ଅଭିଯୋଗ : ସିଇଓଙ୍କୁ ଭେଟିଲା କଂଗ୍ରେସ
ଭୁବନେଶ୍ୱର : ଘସିପୁରା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବୁଥରେ ନିର୍ବାଚନୀ ନିୟମ ଉଲ୍ଲଘନ ଏବଂ ଜୋରଜବରଦସ୍ତି ଭୋଟିଂ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ନିର୍ବାଚନ ସମୟରେ ଅନିୟମିତତା ବିରୁଦ୍ଧରେ ରାଜ୍ୟ ପ୍ରଦେଶ କଂଗ୍ରେସ ବରିଷ୍ଠ ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ, ଶ୍ରୀ ଶିବାନନ୍ଦ ରାୟ ଓ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ଏହି ଘୋର ଅନିୟମିତତାର ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଏହାସହ ଘସିପୁରା ନିର୍ବାଚନ ମଣ୍ଡଳୀର ନାରଦା, ସାପୁଆସାହି, ଜିବିଗୋଡା, କୃଷ୍ଣପୁର, ଲହଗିରି, ପଡପଦନା, ସୁଆଁପଦ, ପାଟଣା, ରାଇତୋଳା, ରୁଦ୍ରନାରାୟଣପୁର ଓ ମାଛାଲୋ ଇତ୍ୟାଦି ବୁଥ୍କେନ୍ଦ୍ରଗୁଡିକରେ ପୁନର୍ବାର ଭୋଟ ଗ୍ରହଣ କରିବା ପାଇଁ ଦୃଢ ଦାବି ଜଣାଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଘସିପୁରା ନିର୍ବାଚନ ମଣ୍ଡଳୀ ଏକ ସ୍ପର୍ଶକାତର ନିର୍ବାଚନ ମଣ୍ଡଳୀ ହୋଇଥିବା ହେତୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁସବୁ ପୁଲିଂ ବୁଥ୍ଗୁଡିକ ଅଧିକ ସ୍ପର୍ଶକାତର ସେହିସବୁ ବୁଥ୍ଗୁଡିକରେ ସିସିଟିଭି ଲଗାଇବା ସହିତ ସିସିଟିଭିଗୁଡିକ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ ହେଉଥିବା ଦରକାର ଏବଂ ବୁଥ୍ଠାରୁ ୧୦୦ ମିଟର ପରିଧି ଭିତରେ ମତଦାତାମାନଙ୍କୁ କୌଣସି ପ୍ରକାର ପ୍ରଲୋଭିତ କରିବା ବା ମତଦାତାଙ୍କୁ ଭୟଭୀତ କରାଇବା ବିଧିସମ୍ମତ ନଥିଲା ବେଳେ ବିଭିନ୍ନ ବୁଥ୍ ଭିତରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କର କର୍ମୀମାନେ ବୁଥ୍ ଭିତରେ ରହି ଭୋଟରମାନଙ୍କୁ ପ୍ରଭାବିତ କରୁଛନ୍ତି ଏବଂ ବିଜୁ ଜନତା ଦଳକୁ ଭୋଟ ଦେବା ପାଇଁ ଧମକାଉଛନ୍ତି । କିନ୍ତୁ ସେଠାରେ ଥିବା ରିଟର୍ଣ୍ଣିଂ ଅଫିସର, ପୋଲିସ, ଜିଲ୍ଲା ପଦାଧିକାରୀ ନିର୍ବାଚନ କାର୍ଯ୍ୟକୁ ଚଳାଉଥିବା ଅଧିକାରୀବୃନ୍ଦ ସମସ୍ତେ ଚୁପ୍ ରହୁଛନ୍ତି । ବଡପଦନା-୨୭୫ ନମ୍ବର ବୁଥ୍ରେ ସେହି ବ୍ଲକର ଚେୟାରମ୍ୟାନ୍ ବୁଥ୍ର ସମସ୍ତ ମତଦାତାଙ୍କ ମତ ନିଜେ ପ୍ରଦାନ କରୁଛନ୍ତି । ୨୩୧-ମାଛାଲୋ ବୁଥ୍ରେ ସିସିଟିଭିର ତାର ମଧ୍ୟ କଟା ହୋଇଯାଇଛି, ସିସିଟିଭି କାମ କରୁନାହିଁ ଏବଂ ତା’ ଭିତରେ ବିଜୁ ଜନତା ଦଳର କର୍ମୀମାନେ ରହି ଭୋଟରମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଧମକାଉଛନ୍ତି ବୋଲି କଂଗେଅସ ଅଭିଯୋଗ କରିଛି ।