ଆକ୍ସନ ମୁଡରେ ଗଣଶିକ୍ଷା ମନ୍ତ୍ରୀ

ଆକ୍ସନ ମୁଡରେ ଗଣଶିକ୍ଷା ମନ୍ତ୍ରୀ

ଆକ୍ସନ ମୁଡରେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଗତକାଲି ମନ୍ତ୍ରୀଭାବେ ଶପଥ ନେବା ପରେ ମିଳିଥିଲା ବିଭାଗ । ଆଉ ବିଭାଗର ଦାୟିତ୍ୱ ନେଉ ନେଉ ମନ୍ତ୍ରୀ ଏକଦମ ଆକ୍ସନ ମୁଡକୁ ଆସିଯାଇଛନ୍ତି । ଆମେ କହୁଛୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ କଥା । ଦାୟିତ୍ୱ ନେବା ପରେ ଶ୍ରୀ ଦାସ ଏବେ ପୁରାପୁରି ଆକ୍ସନ ମୁଡରେ । ଶ୍ରୀ ଦାସ ‘ନିଦେ୍ର୍ଧଶ’ରୁ ଆରମ୍ଭ କରିଛନ୍ତି ନିଜ କାର୍ଯ୍ୟ । ଫୋନି ପ୍ରଭାବିତ ଜିଲ୍ଲାରେ ସ୍କୁଲ ମରାମତି କାମ ଶେଷ କରିବାକୁ ଶ୍ରୀ ଦାସ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ଜୁନ ୧୯ ତାରିଖ ତଥା ସ୍କୁଲ ଖୋଲିବା ପୂର୍ବରୁ ମରାମତି କାମ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ନିଦେ୍ର୍ଧଶ ଦେଇଛନ୍ତି । ଭିଡିଓ କନଫରେନସିଂରେ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ଶ୍ରୀ ଦାସ ଏହି ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ପୁସ୍ତକ ବଣ୍ଟନ ଉପରେ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ୱ ପ୍ରଦାନ କରିବା ସହ ଚଳିତ ମାଟ୍ରିକ ଫଳ ଖରାପ କରିଥିବା ସ୍କୁଲକୁ ନୋଟିସ କରିବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି ।