ଗଠନ ହେବ ମଠ ଉନ୍ନୟନ ଉପ-ସମିତି

ଗଠନ ହେବ ମଠ ଉନ୍ନୟନ ଉପ-ସମିତି

ଗଠନ ହେବ ମଠ ଉନ୍ନୟନ ଉପ-ସମିତି
ପୁରୀ: ଆଗାମୀ ଦିନରେ ଗଠନ ହେବ ମଠ ଉନ୍ନୟନ ଉପ-ସମିତି । ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର । ତାଙ୍କ ସୂଚନା ଅନୁଯାୟୀ ଗଠନ ଗଠନ ଓ ପୁନରୁଦ୍ଧାର ପାଇଁ ମଠ ଉପସମିତି ଗଠନ କରାଯିବ । ମଠ ସଂସ୍କୃତିକୁ ଆଗକୁ ନେବାକୁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ରଥ ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିରର ଉନ୍ନତି ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା କଳିଙ୍ଗ ସ୍ଥାପତ୍ୟ ଆଧାରରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ଉନ୍ନତୀକରଣ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର କହିଛନ୍ତି । ପ୍ରକାଶ ଯେ, ଶ୍ରୀମନ୍ଦିରର ୭୫ ମିଟର ଚୌହଦୀ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ମଧ୍ୟରେ ବହୁ ପୁରାତନ ମଠ ମନ୍ଦିର ଏବଂ ଦୋକାନ ସବୁ ମାଟିରେ ମିଶି ଗଲାଣି। ଯାହାକୁ ନେଇ ସାଧୁ ସନ୍ଥ, ମଠ ମହନ୍ତ ଓ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ମଧ୍ୟରେ ଶ୍ରୀମନ୍ଦିରର କିଛି ଜମି ଯାଉଥିବା ଅନୁମାନ କରାଯାଉଛି। ଯାହାକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀକାଳିନ ବୈଠକ ଡକାଯାଇଥିଲା ।