ଜରିମାନା ବିରୋଧରେ ତାତିଲା ଅଟୋ ମହାସଂଘ

ଜରିମାନା ବିରୋଧରେ ତାତିଲା ଅଟୋ ମହାସଂଘ

ଜରିମାନା ବିରୋଧରେ ତାତିଲା ଅଟୋ ମହାସଂଘ
ଭୁବନେଶ୍ୱର: ମାତ୍ରାଧିକ ଜରିମାନା ଆଦାୟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଅଟୋ ମହାସଂଘ । ଅଟୋ ମହାସଂଘର କଡା ଚେତାବନୀ । ମନଇଚ୍ଛା ଫାଇନକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ଅଟୋ ମହାସଂଘର ସଭାପତି ନବ ମହାନ୍ତି । ଏ ବାବଦରେ ଆସନ୍ତାକାଲି ଅଟୋ ମହାସଂଘର ବୈଠକ ବସିବ । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କଡା ଚେକିଂ କରାଯାଉଛି । ଏପରିକି ବୁଧବାର ଦିନ ଅଟୋ ଉପରେ ୮ଟି ନିୟମ ଉଲ୍ଲଂଘନ ଦର୍ଶାଇ ୪୭,୫୦୦ ଓ ଗତକାଲି ଜଣେ ଅଟୋ ଚାଳକଙ୍କ ଠାରୁ ୨୭,୫୦୦ ଟଙ୍କା ଚାଲାଣ କାଟିଥିଲେ ଆରଟିଓ ଅଧିକାରୀ । ତେଣୁ ଯଦି ଏଭଳି ଫାଇନ ଆଦାୟ ଜାରି ରୁହେ ତେବେ ଆଗାମୀ ଦିନରେ ଅଟୋ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତବନୀ ଦେଇଛି ।