ବନ୍ୟା ମୁକାବିଲା ପାଇଁ ଆମେ ସଜାଗ: ରାଜସ୍ୱ ମନ୍ତ୍ରୀ

ବନ୍ୟା ମୁକାବିଲା ପାଇଁ ଆମେ ସଜାଗ: ରାଜସ୍ୱ ମନ୍ତ୍ରୀ

ବନ୍ୟା ମୁକାବିଲା ପାଇଁ ଆମେ ସଜାଗ: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ବନ୍ୟା ମୁକାବିଲା ପାଇଁ ଆମେ ସଜାଗ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷାକୁ ନେଇ ନିଜର ପ୍ରତିକି୍ରୟା ରଖି ମନ୍ତ୍ରୀ ଶ୍ରୀ ମାରାଣ୍ଡି ଏହା କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ପୁରୀରେ ୧୨୩.୧ ଓ ଖୋର୍ଦ୍ଧା ଜିଲ୍ଲାରେ ୧୦୩.୪ ମିମି ବର୍ଷା ହୋଇଛି । ଏନେଇ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ନଦୀରେ ଜଳସ୍ତର ବୃଦ୍ଧି ପାଇବା ନେଇ ସମ୍ଭାବନା ଥିବାବେଳେ ବନ୍ୟା ମୁକାବିଲା ପାଇଁ ଆମେ ସଜାଗ ଅଛୁ । ୬ଟି ଜିଲ୍ଲାରେ ୨୫ରୁ ୫୦ ମିମି ଓ ୧୨ଟି ଜିଲ୍ଲାରେ ୨୫ ମିମିରୁ କମ ବର୍ଷା ହୋଇଛି । ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୪୩.୪ ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ରାଜ୍ୟରେ ମୋଟାମୋଟି ସ୍ଥିତି ଠିକ ଅଛି ବୋଲି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ।