ଝାରସୁଗୁଡ଼ାରୁ ୪ ଦଲାଲ ଗିରଫ

ଝାରସୁଗୁଡ଼ାରୁ ୪ ଦଲାଲ ଗିରଫ

ଝାରସୁଗୁଡ଼ାରୁ  ୪ ଦଲାଲ ଗିରଫ
ଝାରସୁଗୁଡ଼ା: ବେଦାନ୍ତ କମ୍ପାନୀରେ ବେକାର ଯୁବକ ଯୁବତୀମାନଙ୍କୁ ଚାକିରି କରାଇ ଦେବା ନାଁରେ ଠକୁଥିବା ୪ ଜଣ ଦଲାଲଙ୍କୁ ଆଜି ଗିରଫ କରାଯାଇଛି । ଝାରସୁଗୁଡ଼ା ସ୍ଥିତ ବେଦାନ୍ତ କମ୍ପାନୀରେ ଚାକିରି କରି ଦେବାକୁ କହି ୪ ଜଣ ଦଲାଲ ଯୁବକ ଯୁବତୀମାନଙ୍କ ଠାରୁ ଟଙ୍କା ଆଣୁଥିଲେ । ଏହା ସହିତ ସେମାନଙ୍କର ବାୟୋଡାଟା ମଧ୍ୟ ଆଣୁଥିଲେ । କିନ୍ତୁ ପରେ ଆଉ ଧରା ଦେଉ ନ ଥିଲେ । ଏଭଳି ଅଭିଯୋଗ ଆସିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସଂପୃକ୍ତ ଦଲାଲମାନଙ୍କୁ ଗିରଫ କରିଛି । ସେମାନଙ୍କୁ ବେଦାନ୍ତ କମ୍ପାନୀ ଗେଟ୍‌ ସାମ୍ନାରୁ ଗିରଫ କରାଯାଇଛି । ଏହା ସହିତ ସେମାନଙ୍କଠାରୁ ନଗଦ ୫୪ ହଜାର ଟଙ୍କା ଓ ଗୋଟିଏ କାର ସହିତ ୪୦ ରୁ ୫୦ ଜଣ ପିଲାଙ୍କର ବାୟୋଡାଟା ଜବତ କରିଛି ପୋଲିସ ।