ବସ-ଟ୍ରକ ମୁହାଁମୁହିଁ; ୭ମୃତ ୩୪ ଆହତ

ବସ-ଟ୍ରକ ମୁହାଁମୁହିଁ; ୭ମୃତ ୩୪ ଆହତ

ବସ-ଟ୍ରକ ମୁହାଁମୁହିଁ; ୭ମୃତ ୩୪ ଆହତ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଅନ୍ତର୍ଗତ ଆଗ୍ରା-ଲକ୍ଷେ୍ନø ଏକ୍ସପ୍ରେସୱେର ମୈନପୁରୀ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪ ଜଣ ଆହତ ହୋଇଥିବା ଜଣାପଡ଼ିଛି।। ସୂଚନା ଯୋଗ୍ୟ, ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଇଟାୱାହର ସାଇଫାଇ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ବସର ଭଙ୍ଗାରୁଜା ଅଂଶକୁ କଟା ଯାଇ ଭିତରେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି।