ବହିଷ୍କୃତ କନଷ୍ଟେବଳ ଚଳାଉଥିଲେ ସେକ୍ସ ରାକେଟ
ବହିଷ୍କୃତ କନଷ୍ଟେବଳ ଚଳାଉଥିଲେ ସେକ୍ସ ରାକେଟ
admin
Dec 5, 2019 - 07:51
Updated: Dec 5, 2019 - 07:51
ଭୁବନେଶ୍ୱର: ପୁରୀ ପୁଲିସ କଲୋନୀରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଏକ ବଡ଼ ତଥ୍ୟ ସାମାନାକୁ ଆସିଛି । ଏହି ଘଟଣାରେ ଅଭିଯୁକ୍ତ ବହିଷ୍କୃତ କନଷ୍ଟେବଳ ଜିତେନ୍ଦ୍ର ସେଠୀ ପୁଲିସ କଲୋନୀ କ୍ୱାର୍ଟର୍ସରେ ସେକ୍ସ ରାକେଟ ଚଳାଉଥିଲେ । ଏହା କହିଛନ୍ତି ଶ୍ରୀ ସେଠୀଙ୍କ ଦ୍ୱିତୀୟ ପତ୍ନୀ ।
ସେ କହିଛନ୍ତି ଯେ, ଜିତେନ୍ଦ୍ରଙ୍କ ପ୍ରଥମ ପତ୍ନୀ ବି ସେକ୍ସ ର୍ୟାକେଟରେ ସହଯୋଗ କରୁଥିଲା । ପୁରୀ କ୍ୱାର୍ଟର୍ସ ବ୍ରହ୍ମଗିରିରେ କନଷ୍ଟେବଳ ଥିବା ପ୍ରଥମ ପତ୍ନୀଙ୍କ ନାମରେ ରହିଛି । ସେକ୍ସ ର୍ୟାକେଟରେ ସହଯୋଗ କରି ପ୍ରଥମ ପତ୍ନୀ ବି ରୋଜଗାର କରୁଥିଲା । ତେବେ ଜିତେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କୁ ସସପେଣ୍ଡ ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦ୍ୱିତୀୟ ପତ୍ନୀ ଦାବି କରିଛନ୍ତି । ପ୍ରକାଶ ଯେ, ପ୍ରତିକ୍ରିୟା ଦେଇଥିବା ଜିତେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ବାପ ଘରେ ରହୁଛନ୍ତି ।