କାଲି କଂଗ୍ରେସର ବିକ୍ଷୋଭ

କାଲି କଂଗ୍ରେସର ବିକ୍ଷୋଭ

କାଲି କଂଗ୍ରେସର  ବିକ୍ଷୋଭ
ଭୁବନେଶ୍ୱର: କାଲି କଂଗ୍ରେସ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିବ । ନାରୀ ନିର୍ଯାତନା, ନାବାଳିକା ଦୁଷ୍କର୍ମ ନେଇ ଆନ୍ଦୋଳନ କରିବ କଂଗ୍ରେସ । ଆସନ୍ତାକାଲି ସକାଳ ୧୦ଟାରୁ ୧ଟା ପର୍ଯ୍ୟନ୍ତ ବିକ୍ଷୋଭ କରାଯିବ । ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ କରିବାକୁ ନିଷ୍ପତି କରାଯାଇଛି । ପଂଚମ ଥର ସରକାର ଜିତିଲା ପରେ ବୋଧହୁଏ ଅହଙ୍କାର ବଢିଯାଇଛି ବୋଲି ନରସିଂହ ମିଶ୍ର କହିଛନ୍ତି । ଆଇନ ଶୃଙ୍ଖଳା ବିଗିଡି ଯାଇଛି, ସରକାର ଭୁଲ୍ ତଥ୍ୟ ଦେଉଥିବା କଂଗ୍ରେସ ଅଭିଯୋଗ କରିଛି । ଦିନକୁ ୭ ଦୁଷ୍କର୍ମ ହେଉଥିଲେ ବି ବର୍ଷକୁ ମାତ୍ର ୬ ଜଣ ଦୋଷୀ ସାବ୍ୟସ୍ତ ହେଉଛନ୍ତି । ପ୍ରେସମିଟ୍ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି ।