ସମୁଦ୍ର କୂଳରେ ମହିଳାଙ୍କ ଶବ

ସମୁଦ୍ର କୂଳରେ ମହିଳାଙ୍କ ଶବ

ସମୁଦ୍ର କୂଳରେ  ମହିଳାଙ୍କ ଶବ
ପାରାଦ୍ୱୀପ :(ଲକ୍ଷ୍ମୀନାରାୟଣ ସାହୁ) : ଗତକାଲି ପାରାଦ୍ୱୀପ ସମୁଦ୍ରଦୂଳ ହନୁମାନ ମନ୍ଦିର ପଛପଟୁ ଏକ ବିଦେଶି ନାଗରିକର ଶବ ମିଳିବା ପରେ ଆଜି ପୁଣି ସ୍ଥାନୀୟ ଷଣ୍ଡକୁଦ ସମୁଦ୍ର କୂଳରୁ ଏକ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ତେଣ୍ଡାକୁଦ ଗ୍ରାମର କୃଷ୍ଣ ଚନ୍ଦ୍ର ଦଳାଇଙ୍କ ପନôୀ ରମା ଦଳେଇ ଓ ତାଙ୍କ ବୟସ ୭୫ବର୍ଷ ବୋଲି ଜଣାପଡିଛିା ଆଜି ଗଣମାଧ୍ୟମରୁ ଦେଖି ତାଙ୍କ ପୁତ୍ର ସୁଧିର ଦଳାଇ ଆସି ଏଠାରେ ନିଜ ମାଙ୍କର ଶବକୁ ଚିହ୍ନଟ କରିଥିବା ବେଳେ ଗତ ୩୦ ଅଗଷ୍ଟ ଠରୁ ସେ ନଦୀକୁ ଶୌଚ ହେବାକୁ ଆସି ଆଉ ଫେରିନଥିବା ଓ ଏସମ୍ପର୍କରେ ସେ ସ୍ଥାନୀୟ କୁଦା ନଗରୀ ଫାଣ୍ଡିରେ ଏତଲା ଦେଇଥିବା ପ୍ରକାଶ କରିଛନ୍ତି । ତେବେ ରମା ଦଳାଇ ଜଣେ ୭୫ ବଷର ମହିଳା ହୋଇଥିବା ବେଳେ ସେ କିଭଳି ଭାବେ କେନ୍ଦ୍ରାପଡାରୁ ପାରାଦ୍ୱୀପ ସମୁଦ୍ରକୂଳ ଆସିଲେ ଏବଂ ତାଙ୍କୁ କିଏ ଆଣିଲା ତାଙ୍କର ମୃତୁ୍ୟ କିଭଳି ହେଲା ତାହା ସ୍ପଷ୍ଟ ହୋଇପାରିନି । ଅନ୍ୟପକ୍ଷ୍ୟରେ ଗତକାଲି ମିଳିଥିବା ବିଦେଶି ନାଗରିକ ଶବର ପରିଚୟ ମିଳିନଥିବା ବେଳେ ଦୁଇଦୁଇଟି ମୃତୁ୍ୟ ଘଟଣାର ରହସଞ ଉପରୁ ଏବେବି ପରଦା ହଟିପାରିିନି । ଜଟାଧାରୀ ମୁହାଣ ଥାନା ଅଧିକାରୀ ଭରତ ଚନ୍ଦ୍ର ବେହେରା ସଦଳବଳେ ଏହି ଦୁଇଟି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସମୁଦ୍ର ପାଣିରେ ଶବ ଗୁଡିକ ଭାଷି ଆସି ରାତିରେ ଜୁଆର ଛାଡିଯିବା ପରେ ବାଲିରେ ଲାଗିଯାଉଥିବା ଓ ସମୁଦ୍ରରେ କିଭଳି ଏହି ଦୁଇଜଣଙ୍କର ମୃତୁ୍ୟ ହେଲା ତାର କାରଣ ଖୋଜୁଛି ପୋଲିସ ।