ସାମିଙ୍କ ବିରୋଧରେ ୱାରେଣ୍ଟ ଜାରି

ସାମିଙ୍କ ବିରୋଧରେ ୱାରେଣ୍ଟ ଜାରି

ସାମିଙ୍କ ବିରୋଧରେ ୱାରେଣ୍ଟ ଜାରି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ସୋମବାର ଗିରଫ ୱାରେଣ୍ଟ ଜାରି କରାଯାଇଛି। ପଶ୍ଚିମବଙ୍ଗର ଆଲିପୁର ଅଦାଲତ ପକ୍ଷରୁ ପତ୍ନୀ ହସିନ୍ ଜହାନଙ୍କ ଦ୍ଵାରା ଦାୟର ହୋଇଥିବା ଘରୋଇ ହିଂସା, ପରନାରୀ ସହ ସମ୍ପର୍କ ମାମଲା ଆଧାରରେ ଗିରଫଦାରୀ ଓ୍ଵାରେଣ୍ଟ ଜାରି କରାଯାଇଛି। କୋଲକାତା ଅଦାଲତ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯଦି ୧୫ ଦିନ ଭିତରେ ମହମ୍ମଦ ସାମି ଅଦାଲତରେ ହାଜର ନହୁଅନ୍ତି, ତାହେଲେ ତାଙ୍କୁ ଗିରଫ କରାଯିବ। ବର୍ତ୍ତମାନ ସାମି ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳ ସହିତ ଅଛନ୍ତି।