ଟଙ୍କା ମାଗିଲେ ନିରଞ୍ଜନ
ଟଙ୍କା ମାଗିଲେ ନିରଞ୍ଜନ
admin
Sep 25, 2019 - 09:49
Updated: Sep 25, 2019 - 09:49
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ବିଜେପୁର ଉପନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଗ ଭିଡ଼ିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ତେବେ ନିର୍ବାଚନରେ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ପାଇଁ । ଏକଥା ଆମେ କହୁ ନାହୁଁ । ଏହି କଥା ଖୋଦ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । କଂଗ୍ରେସ ପାଖରେ ଟଙ୍କା ନଥିବା କହି ସେ କଂଗ୍ରେସକୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ କହିଛନ୍ତି । ତେବେ କେହି ରୋଗରେ ପଡ଼ିଲେ କି ଅସୁବିଧାରେ ପଡ଼ିଲେ ଆର୍ଥିକ ସହାୟତା ମାଗୁଥିବାବେଳେ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ଭଳି ଏକ ଜାତୀୟ ଦଳ ଆର୍ଥିକ ସହାୟତା ମାଗିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ବୁଧବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ଲଡିବା ପାଇଁ ଆର୍ଥିକ ସହାଯ୍ୟ ମାଗିଛନ୍ତି । କଂଗ୍ରେସ ପାଖରେ ଟଙ୍କା ନଥିବାରୁ ବଦାନ୍ୟ ବ୍ୟକ୍ତିଙ୍କୁ ଶ୍ରୀ ପଟ୍ଟନାୟକ ସାହାଯ୍ୟ ମାଗିଛନ୍ତି । ସେ କହିଛନ୍ତି ଯେ, ନିକଟରେ ସାଧାରଣ ନିର୍ବାଚନ ସରିଥିବାରୁ ଆଉ ଏକ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ପାଖରେ ଟଙ୍କା ନାହିଁ । ତେଣୁ ବଦାନ୍ୟ ବ୍ୟକ୍ତି ଏବଂ ନେତାମାନେ ଦଳକୁ ଆର୍ଥିକ ସାହାଯ୍ୟ କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି ।
ତେବେ ଯେଉଁ ଦଳ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ ଉକ୍ତ ଦଳ କେମିତି ବିଜେପୁରରେ ବାଜିମାତ ମାରିବ ବୋଲି ଦୃଢୋକ୍ତି ପ୍ରକାଶ କରୁଛି ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।