ବିଜେପୁରରେ ନବୀନଙ୍କୁ ଟକ୍କର ଦେବେ ସନତ ଓ ରିପୁନାଥ

ବିଜେପୁରରେ ନବୀନଙ୍କୁ ଟକ୍କର ଦେବେ ସନତ ଓ ରିପୁନାଥ

ବିଜେପୁରରେ ନବୀନଙ୍କୁ ଟକ୍କର ଦେବେ ସନତ ଓ ରିପୁନାଥ
ଭୁବନେଶ୍ୱର: ବିଜେପରୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସନତ ଗଡ଼ତିଆ ବିଜେପୁରରୁ ବିଜେପି ପ୍ରାର୍ଥୀ କରିଛି । ଗତଥର ବିଜେପି ଟିକେଟରେ ବରଗଡ଼ରୁ ଲୋକସଭା ନିର୍ବାଚନ ଲଢ଼ିଥିବା ସୁବାସ ଚୌହାନଙ୍କୁ ଏଥର ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିବାର ପ୍ରସ୍ତାବ ଦେଇଥିଲା ବିଜେପି । କିନ୍ତୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ସୁବାସ ଚୌହାନ । ଏହାପରେ ବିଜେପି ସନତ ଗଡ଼ତିଆଙ୍କୁ ବିଜେପୁରରୁ ପ୍ରାର୍ଥୀ କରିଛି ।ସନତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସର ରିପୁନାଥ ସେଠଙ୍କ ସହ ନିବାର୍ଚନ ଲଢ଼ିବେ । ବିଜେପୁର ଉପନିର୍ବାଚନ ପୂର୍ବରୁ ସନତ ତାଙ୍କ ସମର୍ଥକଙ୍କ ସହ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ବିଜେପୁରରେ ନବୀନଙ୍କ ବିରୋଧରେ ବିଜେପିରୁ ଲଢିବେ ସନତ ଗଡତିଆ । ବିଜେପୁର ନିର୍ବାଚନ ମଣ୍ଡଳୀ ତିନି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବା ସ୍ପଷ୍ଟ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ମଇଦାନରେ ଟକ୍କର ଦେବେ ବିଜେପିର ସନତ ଗଡତିଆ ଓ କଂଗ୍ରେସର ରିପୁନାଥ ସେଠ୍ । ପଶ୍ଚିମଓଡିଶାର ଏହି ଆସନରୁ ମୁଖ୍ୟମନ୍ତ୍ରୀ ଲଢ଼ୁଥିବାରୁ ଏହା ଉପରେ ସାରା ରାଜ୍ୟର ନଜର ରହିଛି । ଅନ୍ୟପଟେ ବିଜେପି ଉପନିର୍ବାଚନରେ ଦେଇଥିବା ପ୍ରାର୍ଥୀଙ୍କୁ ପୁଣି ପରିବର୍ତନ କରିଛି । ବିଜେଡିର ପୂର୍ବତନ ଭେଟେରାନ ନେତା ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ରିପୁନାଥ ସେଠଙ୍କ ପାଇଁ ନିଜର ସାଂଗଠନିକ ଦକ୍ଷତା ପ୍ରଦର୍ଶନ କରିବାକୁ ସୁଯୋଗ ରହିଛି । ଆସନ୍ତା ଏପ୍ରିଲ ୧୮ ତାରିଖ ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଆଜି ତାର ପ୍ରାର୍ଥୀ ଘୋଷଣା କରିଛି ଏବଂ ପଶ୍ଚିମ ଓଡ଼ିଶାକୁ ଫୋକସରେ ରଖିଥିବା ବିଜେଡି ସୁପ୍ରିମୋଙ୍କୁ ଟକ୍କର ଦେବା ପାଇଁ ବିଜେପି ମଧ୍ୟ ସନତ ଗଡତିଆଙ୍କ ଭଳି ଜଣେ ଶକ୍ତିଶାଳୀ ନେତାଙ୍କୁ ଓହ୍ଲାଇଛି । କିନ୍ତୁ କିଏ ନବୀନଙ୍କ ଟକ୍କର ଦେବ ତାହା କେବଳ ସମୟ କହିବ ।