ରାଜସ୍ଥାନ ସଂକଟ : ରାଜସ୍ଥାନ ବାଚସ୍ପତି ନିରାଶ

ରାଜସ୍ଥାନ ସଂକଟ : ରାଜସ୍ଥାନ ବାଚସ୍ପତି ନିରାଶ

ନୂଆଦିଲ୍ଲୀ : ରାଜସ୍ଥାନ ରାଜନୈତିକ ସଂକଟ ମାମଲାରେ ହାଇକୋର୍ଟଙ୍କ ଶୁଣାଣୀ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ରାଜସ୍ଥାନ ବାଚସ୍ପତି ସିପି ଯୋଶୀ ନିରାଶ ହୋଇଛନ୍ତି । ହାଇକୋର୍ଟଙ୍କ ରାୟ ବିରୋଧରେ ଯୋଶୀ ସୁପ୍ରିମକୋର୍ଟ ଯାଇଥିଲେ । ତାଙ୍କ ପିଟିସନ ଉପରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ କ୍ରୀଷ୍ଣା ମୁରାରୀଙ୍କ ତିନି ଜଣିଆ ଖଣ୍ଡପୀଠ ଶୁଣାଣୀ କରିଥିଲେ । ଶୁକ୍ରବାର ଏନେଇ ହାଇକୋର୍ଟ ଚୂଡ଼ାନ୍ତ ରାୟ ଦେବାର ଥିବାବେଳେ ଏହାକୁ ସ୍ଥଗିତ ରଖିବା ପାଇଁ ଯୁକ୍ତି ଉପସ୍ଥାପନା କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ । ବରଂ ସୋମବାର ଏନେଇ ଶୁଣାଣୀ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୂଚନାଯୋଗ୍ୟଯେ, କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବାକୁ ବିଧାୟକମାନଙ୍କୁ ହ୍ୱିପ ଜାରି କରାଯାଇଥିଲା । କିନ୍ତୁ ପାଇଲଟ ଓ ତାଙ୍କର ୧୮ ସହଯୋଗୀ ବିଧାୟକ ବୈଠକରେ ଯୋଗ ଦେଇନଥିଲେ । ଏନେଇ ରାଜସ୍ଥାନ ସରକାରୀ ଦଳ ମୁଖ୍ୟ ସଚେତକ ବାଚସ୍ପତିଙ୍କ ନିକଟରେ ଫେରାଦ ହୋଇଥିଲେ । ବାଚସ୍ପତି ଏସଂକ୍ରାନ୍ତରେ ବିଧାୟକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ସେନେଇ ଉତର ରଖିବାକୁ କହିଥିଲେ । ଏହା ବିରୋଧରେ ପାଇଲଟ ଓ ତାଙ୍କର ସହଯୋଗୀ ବିଧାୟକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ବାଚସ୍ପତିଙ୍କ ନୋଟିସକୁ ଅସାମ୍ବିଧାନିକ ବୋଲି ଦର୍ଶାଇଥିଲେ ।