ଅଟୋକୁ ଜୋରିମାନା ୪୭ ହଜାର

ଅଟୋକୁ ଜୋରିମାନା ୪୭ ହଜାର

ଅଟୋକୁ ଜୋରିମାନା ୪୭ ହଜାର
ଭୁବନେଶ୍ୱର: ନୂଆ ମୋଟର ଯାନ ଆକ୍ଟ ପରେ ଭୁବନେଶ୍ୱରରେ ଫସିଲେ ଜଣେ ଅଟୋ ଚାଳକ । ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ୪୭ ହଜାର ୫୦୦ ଟଙ୍କାର ଜୋରିମାନା କରାଯାଇଛି । ଗୋଟିଏ କି ଦୁଇଟି ନୁହେଁ ମୋଟ ୮ଟି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସମ୍ପୃକ୍ତ ଅଟୋ ଚାଳକଙ୍କ ଉପରେ ଏହି ଜୋରିମାନା କରାଯାଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ଏକଦମ ସତ । ଆଚାର୍ଯ୍ୟ ବିହାର ଛକରେ ଯାଞ୍ଚ ବେଳେ ଟ୍ରାଫିକ ପୁଲିସ ଉକ୍ତ ଅଟୋକୁ ଅଟାକାଇଥିଲେ । ସମ୍ପୃକ୍ତ ଅଟୋ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା । ଖାଲି ମଦ ନୁହେଁ ଆହୁରି ୭ଟି ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ପୁଲିସ ଅଟୋ ଚାଳକ ହରିବନ୍ଧୁ କହଁରଙ୍କ ଉପରେ ୪୭ ହଜାର ୫୦୦ ଟଙ୍କାର ଜୋରିମାନା କରାଯାଇଛି । କେଉଁଥି ପାଇଁ କେତେ ଜୋରିମାନା କରାଯାଇଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି । -ଜଣେ ମାଲିକ ଥାଇ ଅନ୍ୟକୁ ଗାଡ଼ି ଦେବାକୁ ନେଇ ୫ ହଜାର ଟଙ୍କା । -ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଡ୍ରାଇଭିଂ ପାଇଁ ୫ ହଜାର । -ମଦ ପିଇ ଅଟୋ ଚଳାଇବା ନେଇ ୧୦ ହଜାର ଜୋରିମାନା । -ପ୍ରଦୂଷଣ ନିୟମ ଉଲ୍ଲଂଘନ କରିବା ନେଇ ୧୦ ହଜାର ଜୋରିମାନା । -ରେଜିଷ୍ଟ୍ରେସନ ନଥାଇ ଗାଡ଼ି ଚଳାଇବାନେଇ ୫ ହଜାର । -ପରମିଟ ନଥାଇ ଅଟୋ ଚଳାଯାଉଥିବାନେଇ ୧୦ ହଜାର । - ଇନସୁ୍ୟରାନ୍ସ ନଥିବା ନେଇ ୨ ହଜାର ଓ ସାଧାରଣ ଭୁଲ ପାଇଁ ୫୦୦ ଟଙ୍କା ଜୋରିମାନା କରାଯାଇଛି । ତେବେ ଏତେ ପରିମାଣର ଜୋରିମାନା ସେ ଦେଇପାରିବେନି ବୋଲି ଅଟୋ ଚାଳକ ହରିବନ୍ଧୁ କହଁର କହିଛନ୍ତି ।