ବିଧାନସଭାରେ ଆଇନଶୃଙ୍ଖଳା ତାତି : ୩ଟା ଯାଏଁ ଗୃହ ମୁଲତବୀ

ବିଧାନସଭାରେ ଆଇନଶୃଙ୍ଖଳା ତାତି : ୩ଟା ଯାଏଁ ଗୃହ ମୁଲତବୀ

ବିଧାନସଭାରେ ଆଇନଶୃଙ୍ଖଳା ତାତି : ୩ଟା ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ସୋମବାର ବିଧାନସଭା ହୁଲସ୍ତୁଲ ହୋଇଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ସରକାରଙ୍କୁ ଘେରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ବିରୋଧୀ ଦଳର ନେତା କହିଥିଲେ । ଏନେଇ ସେ ପିପିଲି, ପୁରୀ, ବାଲେଶ୍ୱର ଓ ସୁନ୍ଦରଗଡ଼ର ଉଦାହରଣ ଦେଇଥିଲେ । ଆକ୍ରୋଶ ରଖି ସିମୁଳିଆରେ ପଦ୍ମଲୋଚନ ପଣ୍ଡାଙ୍କ ପୁଅଙ୍କୁ ଗିରଫ କରାଯାଇଥିବା ସେ କହିଥିଲେ । ସେହିପରି ରାଜ୍ୟରେ ଏବେ ଜଙ୍ଗଲରାଜ ଚାଲିଛି ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଦାବିରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ । ଏପରିକି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବାକୁ କଂଗ୍ରେସ ସଦସ୍ୟମାନେ ଉଦ୍ୟମ କରିଥିଲେ । ଫଳରେ ବାଚସ୍ପତି ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ।