ଅମରିନ୍ଦର-ସିଦ୍ଧୁ ମୁହାଁମୁହିଁ : କ୍ୟାବିନେଟ୍ ବୈଠକ ବର୍ଜନ କଲେ ସିଦ୍ଧୁ

ଅମରିନ୍ଦର-ସିଦ୍ଧୁ ମୁହାଁମୁହିଁ : କ୍ୟାବିନେଟ୍ ବୈଠକ ବର୍ଜନ କଲେ ସିଦ୍ଧୁ

ଅମରିନ୍ଦର-ସିଦ୍ଧୁ ମୁହାଁମୁହିଁ  : କ୍ୟାବିନେଟ୍ ବୈଠକ ବର୍ଜନ କଲେ ସିଦ୍ଧୁ
ଚଣ୍ଡୀଗଡ଼ : ପଞ୍ଜାବରେ କଂଗ୍ରେସ କନ୍ଦଳ ଆଜି ପୁଣି ଜୋରଦାର ହୋଇଛି । ସହରାଞ୍ଚଳ ବିକାଶ ମନ୍ତ୍ରୀ ତଥା କଂଗ୍ରେସର ଫାୟର ବ୍ରାଣ୍ଡ ନେତା ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସିଦ୍ଧୁ କହିଛନ୍ତି ଯେ ଅମରିନ୍ଦର ଲୋକସଭା ନିର୍ବାଚନରେ ଦଳର ପରାଜୟର ଦୋଷ ତାଙ୍କ ଉପରେ ଲଦି ଖସି ଯିବାକୁ ବସିଛନ୍ତି । ତେବେ ସେ ଏଥିପାଇଁ ତାଙ୍କୁ ସୁଯୋଗ ଦେବେ ନାହିଁ ଏବଂ ଏହି ମାମଲାରେ ନିର୍ଣ୍ଣାୟକ ଲଢ଼ିବେ ବୋଲି ସେ କହିଛନ୍ତି । ସିଦ୍ଧୁ କହିଛନ୍ତି, ମୁଁ କୌଣସି ବ୍ୟକ୍ତି (ଅମରିନ୍ଦର)ଙ୍କ ପାଖରେ ଉତ୍ତରଦାୟୀ ନୁହେଁ, ମୁଁ ଜନସାଧାରଙ୍କୁ ମୋ କାମର ହିିସାବ ଦେବି । ଅମରିନ୍ଦରଙ୍କ ଶାସନ ଏକପାଖିଆ, ବେପରୁଆ ଏବଂ ବ୍ୟକ୍ତିକୈନ୍ଦ୍ରିକ ବୋଲି ସିଦ୍ଧୁ ମତ ଦେବା ସହ ଆଜି କ୍ୟାବିନେଟ୍ ବୈଠକ ମଧ୍ୟ ବର୍ଜନ କରିଛନ୍ତି । ସିଦ୍ଧୁଙ୍କ ଏଭଳି ଆଭିମୁଖ୍ୟ ଯୋଗୁଁ ତାଙ୍କୁ ସହରାଞ୍ଜଳ ବିକାଶ ମନ୍ତ୍ରାଳୟରୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଆଜି ସନ୍ଧ୍ୟାରେ ସିଦ୍ଧୁଙ୍କ ମନ୍ତ୍ରାଳୟ ପରିବର୍ତ୍ତନ କରି ଶକ୍ତି ମନ୍ତ୍ରାଳୟ ଦିଆଯାଇଛି । ତେବେ ସିଦ୍ଧୁ ଅମରିନ୍ଦରଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଥିବାରୁ ସେ ଅନ୍ୟ ରାଜନୈତିକ ବିକଳ୍ପ ସନ୍ଧାନରେ ଅଛନ୍ତି ବୋଲି କେତେକ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ।