ମୋଦୀଙ୍କ ଝିଆରୀଙ୍କ ପର୍ସ ଓ ଫୋନ୍ ଛଡ଼ାଇନେଲେ ଦୁର୍ବୃତ୍ତ

ମୋଦୀଙ୍କ ଝିଆରୀଙ୍କ ପର୍ସ ଓ ଫୋନ୍ ଛଡ଼ାଇନେଲେ ଦୁର୍ବୃତ୍ତ

ମୋଦୀଙ୍କ ଝିଆରୀଙ୍କ ପର୍ସ ଓ ଫୋନ୍ ଛଡ଼ାଇନେଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ଲୁଟ୍ପାଟ୍ ଘଟଣା ବଢ଼ିଯାଇଛି । ନିକଟରେ ଜଣେ ସାମ୍ବାଦିକାଙ୍କୁ ଅଟୋରିକ୍ସାରୁ ଟାଣି କିଛି ଦୁର୍ବୃତ୍ତ ତାଙ୍କ ଫୋନ୍ ଛଡ଼ାଇ ନେଇଥିଲେ । ତେବେ ଏଥର ଏଭଳି ସ୍ଥିତିକୁ ସାମ୍ନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝିଆରୀ ଦମୟନ୍ତୀ ବେନ୍ ମୋଦୀ । ସୂଚନାନୁଯାୟୀ ଦମୟନ୍ତୀ ବେନ୍ ମୋଦୀ ହେଉଛନ୍ତି ମୋଦୀଙ୍କ ଭାଇ ପ୍ରହଲ୍ଲାଦ ମୋଦୀଙ୍କ ଝିଅ । ସେ ନିକଟରେ ଅମୃତସରରୁ ଦିଲ୍ଲୀ ଫେରିଥିଲେ । ସିଭିଲ୍ ଲାଇନ୍ସ ଅଞ୍ଚଳରେ ସେ ଗୁଜରାଟୀ ସମାଜ ଭବନରେ ଏକ ରୁମ୍ ବୁକ୍ କରିଥିଲେ । ଆଜି ସକାଳେ ସେ ହୋଟେଲ୍ ଗେଟ୍ ନିକଟରେ ଅଟୋରୁ ଓହ୍ଲାଇବା ପରେ ଅଚାନକ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ପର୍ସ ଛଡ଼ାଇ ନେଇଥିଲେ । ଦମୟନ୍ତୀ ମୋଦୀ କହିଛନ୍ତି ତାଙ୍କ ପର୍ସରେ ୫୬,୦୦୦ ଟଙ୍କା, ୨ଟି ମୋବାଇଲ୍ ଫୋନ୍ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ବାସଭବନଠାରୁ ଅଳ୍ପ ଦୂରରେ ଏହି ଘଟଣା ଘଟିଛି । ଦମୟନ୍ତୀ ଏନେଇ ପୁଲିସରେ ଏତଲା ଦେଇଛନ୍ତି । ମୋଦିଙ୍କ ଭାଇ ପ୍ରହଲ୍ଲାଦ କହିଛନ୍ତି ଦିଲ୍ଲୀରେ ଏଭଳି ଘଟଣା ସ୍ୱାଭାବିକ କଥା । ଆମେ ଜଣେ ସାଧାରଣ ନାଗରିକ ଭାବେ ଥାନାରେ ଏତଲା ଦେଇଛୁ ।