କଂଗ୍ରେସ ଆସିଲେ ଦୁଇ ଦିନରେ କୃଷିଋଣ ଛାଡ: ଭୂପେଶ ବାଘେଲ

କଂଗ୍ରେସ ଆସିଲେ ଦୁଇ ଦିନରେ କୃଷିଋଣ ଛାଡ: ଭୂପେଶ ବାଘେଲ

କଂଗ୍ରେସ ଆସିଲେ ଦୁଇ ଦିନରେ କୃଷିଋଣ ଛାଡ: ଭୂପେଶ ବାଘେଲ
ତରବୋଡ/ନୂଆପଡା: ଛତିଶଗଡରେ କଂଗ୍ରେସ ସରକାର ଗଢିବା ଭଳି ଚଳିତ ନିର୍ବାଚନରେ ଓଡିଶାରେ କଂଗ୍ରେସର ବିଜୟଧାରା ଜାରି ରହିବ ବୋଲି ନୂଆପଡା ଜିଲ୍ଲା କୋମନା ବ୍ଳକ ତରବୋଡରେ ଆୟୋଜିତ କଂଗ୍ରେସର ନିର୍ବାଚନ ସଭାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କହିଛନ୍ତି । ଛତିଶଗଡରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କଂଗ୍ରେସ ପାଳନ କରିଛି । ଓଡିଶାରେ କଂଗ୍ରେସ ସରକାର ଆସିଲେ ଦୁଇଦିନରେ କୃଷିଋଣ ଛାଡ କରାଯିବ ବୋଲି ଶ୍ରୀ ବାଘେଲ କହିଥିଲେ । ସଭାକୁ ଅଙ୍କିତ ସିଂଘାଇ ପରିଚାଳନା କରିଥିବା ବେଳେ ମଂଚରେ ଉପସ୍ଥିତ ଥିଲେ ଓଡିଶା କଂଗ୍ରେସ ପ୍ରଭାରୀ ଅନିଲ ଚୌଧୁରୀ, ଛତିଶଗଡ ବିଧାୟକ ଦ୍ୱାରିକାଧୀଶ ଯାଦବ, ଆଲୋକ ଗୁରୁ ପ୍ରମୁଖ । ନୂଆପଡା ବିଧାନସଭା ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ସଭାପତି ଅମିତ ଅହୀର ଧନ୍ୟବାଦ ଦେଇଥିଲେ ।