ବିଜୁଙ୍କ ମାଟିରେ ବେଇମାନିର ସ୍ଥାନ ନାହିଁ : ଅନୁଭବ

ବିଜୁଙ୍କ ମାଟିରେ ବେଇମାନିର ସ୍ଥାନ ନାହିଁ : ଅନୁଭବ

ବିଜୁଙ୍କ ମାଟିରେ ବେଇମାନିର ସ୍ଥାନ ନାହିଁ : ଅନୁଭବ
ପଟ୍ଟାମୁଣ୍ଡାଇ : ଅଣକଂଗ୍ରେସ ରାଜନୀତିର ଅଭେଦ୍ୟ ଦୂର୍ଗ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମାଟିରେ ବେଇମାନିର ସ୍ଥାନ ନାହିଁ ବୋଲି ପଟ୍ଟାମୁଣ୍ଡାଇ ପୌରାଂଚଳ ବିଜେଡି ପକ୍ଷରୁ ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟସଭା ସାଂସଦ ତଥା କେନ୍ଦ୍ରାପଡା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଓଡିଆ ସିନେମା ଜଗତର ସୁପରଷ୍ଟାର ଅନୁଭବ ମହାନ୍ତି ପ୍ରକାଶ କରିଛନ୍ତି । ନଗର ବିଜେଡି ସଭାପତି ମିଟୁ ମନୋଜ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଜନସଭାରେ ଭାଷଣ ଦେଇ ଅନୁଭବ କହିଲେ ଭାରତବର୍ଷର ଅଦ୍ୱିତୀୟ ଜନନେତା ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବରେ ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲାକୁ ବିକାଶର ଶୀର୍ଷରେ ପହଂଚାଇବା ପାଇଁ କେନ୍ଦ୍ରାପଡାର ପବିତ୍ର ବଳଦେବଜୀଉ ମାଟିରେ ପାଦ ଦେଇଛନ୍ତି । କେନ୍ଦ୍ରାପଡାକୁ ନେଇ ଚାଲିଥିବା ରାଜନୈତିକ ଚକ୍ରବ୍ୟୁହକୁ ଭେଦ କରି ବିକାଶର ଧାରାକୁ ଆଗେଇ ନେବା ପାଇଁ ସେ ସଂକଳ୍ପବଦ୍ଧ । କେନ୍ଦ୍ରାପଡାର ସ୍ୱାର୍ଥକୁ ସୁରକ୍ଷିତ କରିବା ପାଇଁ ଦିଲ୍ଲୀ ଦରବାରରେ ଦୃଢ ସ୍ୱର ଉତୋଳନ କରିବା ସହିତ ନିଜର ନିରବଛିନ୍ନ ସଂଗ୍ରାମ ଜାରି ରଖିବେ ବୋଲି ପ୍ରତିଶୃତି ଦେବା ସହିତ କୌଣସି ପରିସ୍ଥିତିରେ କେନ୍ଦ୍ରାପଡାର ସମ୍ମାନକୁ ତଳେ ପକାଇ ଦେବେ ନାହିଁ ବୋଲି ଘୋଷଣା କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ତଥା ରାଜନଗର ଆସନ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ରେଳବାଇ, କୋଇଲା, ଖଣି ଆଦି ବିଭିନ୍ନ କ୍ଷେତ୍ରରୁ ହଜାର ହଜାର କୋଟି ଟଙ୍କା ଟିକସ ଆକାରରେ ନେଉଥିବା କେନ୍ଦ୍ର ସରକାର ଓଡିଶାକୁ ଦୟା ଦେଖାଇ ହାତଟେକା ଅନୁଦାନ ଦେବା ଘଟଣାକୁ ଆଉ ବରଦାସ୍ତ କରାଯିବ ନାହିଁ । କେନ୍ଦ୍ରର ବିଜେପି ସରକାର ଓଡିଶାର ରାଜପଥ, ରେଳବାଇ, କୋଇଲା ଓ ଖଣି ରୟାଲିଟି ବୃଦ୍ଧି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଆଓସିଏଲ ଓଡିଆ ଯୁବକଙ୍କ ନିଯୁକ୍ତି ଆଦି କ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି । ଗତ ୨୦୧୪ ସାଧାରଣ ନିର୍ବାଚନ ସମୟରେ ମୋଦି ସରକାର ବର୍ଷକୁ ୨କୋଟି ନିଯୁକ୍ତି ସୁଯୋଗ, ପ୍ରତ୍ୟେକ ପରିବାର ଆକାଉଣ୍ଟରେ ୧୫ଲକ୍ଷ ଟଙ୍କା ଜମା, ଧାନର ସହାୟକ ମୂଲ୍ୟ ୨୯୩୦ କରିବା ଆଦି ପାଇଁ ଦେଇଥିବା ପ୍ରତିଶୃତି ପାଣିରେ ଗାରରେ ପରିଣତ ହୋଇଛି । ଅଧିକନ୍ତୁ ଗରୀବ ମହିଳାମାନଙ୍କ ପାଇଁ ଉଜାଳା ଯୋଜନାରେ ଘୋଟାଲା ଯୋଗୁଁ ଯୋଜନାଟି ବସ୍ତୁତଃ ପ୍ରହସନରେ ପରିଣତ ହୋଇଛି । ଆକାଶଛୁଆଁ ଦରବୃଦ୍ଧି ଓ ଗବରସିଂହ ଟ୍ୟାକ୍ସ (ଜିଏସଟି) ଯୋଗୁଁ ଗରିବଲୋକଙ୍କ ତେଲଲୁଣର ସଂସାର ଉଛନ ହୋଇଛି ବୋଲି ମତପ୍ରକାଶ କରି ଯୁବନେତା ଶ୍ରୀସାହୁ ଓଡିଶାର ହକ ନଦେଲେ କଥାକୁହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରଚାର ସର୍ବସ୍ୱ ବିଜେପିଦଳକୁ ଆଗାମୀ ନିର୍ବାଚନରେ କଡା ଜବାବ ଦିଆଯିବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ରାଜ୍ୟରେ ଚାଲିଥିବା ବିକାଶଧାରାରେ ରାଜନଗର ବିକାଶକୁ ଶୀର୍ଷରେ ପହଂଚାଇବା ପାଇଁ ନିଜର ସମସ୍ତ ଶକ୍ତି ଓ ସାମର୍ଥ୍ୟକୁ ବିନିଯୋଗ କରିବେ ବୋଲି ଘୋଷଣା କରିଥିଲେ । ଆଗାମୀ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରି ରାଜନଗର ଓ ପଟ୍ଟାମୁଣ୍ଡାଇ ମାଟିର ଗୌରବ ଓ ଗାରିମାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ । ଏହି ସଭାରେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ଭୋଳାନାଥ ପାଢୀ, ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ବେହେରା, ପୂର୍ବତନ ପୌରାଧ୍ୟକ୍ଷା ବୈଜୟନ୍ତୀବାଳା ଲେଙ୍କା, ଉପାଧ୍ୟକ୍ଷ ସୁମନ୍ତ ପାତ୍ର, ପୂର୍ବତନ ପୌରାଧ୍ୟକ୍ଷ ହେମନ୍ତ ସାହୁ, ଜିଲ୍ଲା ଦଳିତସେଲ ସଭାପତି ବାରେଣୀ ସେଠୀ, ବ୍ଲକ ଯୁବବିଜେଡି ସଭାପତି ରଞନ ବିଶ୍ୱାଳ, ମହିଳା ବିଜେଡି ସଭାନେତ୍ରୀ ଜୟନ୍ତୀ ସ୍ୱାଇଁ, ନଗର ମହିଳା ସଭାନେତ୍ରୀ ଲାଏନା ଦାଶ, ସମିତିସଭ୍ୟ ସଂଘ ସଭାପତି ଶ୍ରୀକାନ୍ତ ସାହୁ, ଜିଲ୍ଲାପରିଷଦ ସଦସ୍ୟ ପ୍ରଫୁଲ୍ଲ ପ୍ରଧାନ ଓ ସାରଥୀ ଦାସ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଧର୍ନୁଜୟ ସ୍ୱାଇଁ, ଜିଲ୍ଲା ବିଜେଡି ସଂପାଦକ ଗୋପିବଲ୍ଲଭ ନାୟକ, ଯୁବବିଜେଡି ସାଧାରଣ ସଂପାଦକ ଅଶୋକ ଧଳ, ବ୍ଲକ ବିଜେଡି ସାଧାରଣ ସଂପାଦକ କଳାକାର ପ୍ରଧାନ, ଅଜାମ୍ବର ପ୍ରଧାନ, ଯୁବନେତା ସ୍ୱପ୍ନରଞନ ବେହେରା, ପ୍ରଦ୍ୟୁମ୍ନ ସାମନ୍ତରାୟ, ଦିଲ୍ଲୀପ ଜେନା, ଯୁବନେତା ବୁଢା ଲେଙ୍କା, ପ୍ରଶାନ୍ତ କୁମାର ରାଉତ, ମଳୟ ମଳିକ, ପ୍ରତିମା ସାହୁ, ପଦାରବିନ୍ଦ ସାହୁ, ରଞିତ ସାହୁ, ଜ୍ଞାନାଂଶୁ ସେଠୀ, ସରପଞ୍ଚ ନିରଞନ ମାଝି, ସୁବାଷ ଖଟୁଆ, ବନ୍ଦିତା ଦାସ, ରେବତୀ ବିହାରୀ, ରୀନାରାଣୀ ମଳିକ, କୈଳାସ ସିଂହ, ସମୀର ପ୍ରଧାନ, କମଳା ସ୍ୱାଇଁ, ପ୍ରଫୁଲ୍ଲ ତରାଇ, ଲକ୍ଷ୍ମୀପ୍ରିୟା ଜେନା, ସମିତିସଭ୍ୟ ନିର୍ମଳ ମଳିକ, ବିଚିତ୍ର ମଳିକ, ମେନକା ମଳିକ, ଶରତ ସାମଲ, ରମେଶ ଦାସ, ପ୍ରଫୁଲ୍ଲ ପଣ୍ଡା, ବନସ୍ମିତା ଦାସ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ଦାସ, ସୁବାଷ ଦାସ, ଗଙ୍ଗାଧର ଦାସ, ଶ୍ରୀମନ୍ତ ଦାସ, ଦିବାକର ସେଠୀ ପ୍ରମୁଖ ବହୁ ବିଜେଡିନେତା. କର୍ମକର୍ତା, ବିଭିନ୍ନ ପଂଚାୟତର ନିର୍ବାଚିତ ପ୍ରତିନିଧି ଭାଷଣ ଦେଇ ପ୍ରବାଦ ପୁରୁଷ ବିଜୁବାବୁଙ୍କ କର୍ମଭୂମିରେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ଓ ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ସାଂସଦ ପ୍ରାର୍ଥୀ ଚିତ୍ରତାରକା ଅନୁଭବ ଓ ବିଧାନସଭା ପ୍ରାର୍ଥୀ ଧ୍ରବଙ୍କୁ ବକ୍ତାରପୁର ଛକ ଠାରୁ ବିଜେଡିନେତା ଓ କର୍ମକର୍ତାମାନେ ବିରାଟ ଶୋଭାଯାତ୍ରାରେ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରାଇ ବାଲିପଡା ସଭାସ୍ଥଳକୁ ପାଛୋଟି ନେଇଥିଲେ ।