କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳ  ପରିଦର୍ଶନ
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନ୍ୟା ପ୍ରଭାବିତ ବଲାଙ୍ଗୀର ପରିଦର୍ଶନ କରିଛନ୍ତି । ଆକାଶ ମାର୍ଗରୁ ପରିଦର୍ଶନ ପରେ ବିଭିନ୍ନ ଅଞ୍ଚଳ ବୁଲିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଧର୍ମେନ୍ଦ୍ରଙ୍କ ସହ ସାଂସଦ ସଂଗୀତା ସିଂହଦେଓ ଓ ବସନ୍ତ ପଣ୍ଡା ମଧ୍ୟ ବନ୍ୟା ପ୍ରଭାବିତ ବଲାଙ୍ଗୀର ଅଞ୍ଚଳ ବୁଲିଛନ୍ତି । ଅନ୍ୟପକ୍ଷରେ ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ସବୁ ନଦୀରେ ଜଳସ୍ତର କମିଛି । ବିଭିନ୍ନ ଅଞ୍ଚଳରୁ ପାଣି ଛାଡ଼ି ଯାଇଛି । ହୀରାକୁଦର ୧୦ରୁ ୫ଟି ଗେଟ ବନ୍ଦ ହୋଇଛି । ବର୍ତ୍ତମାନ କେବଳ ୫ଟି ଗେଟରେ ପାଣି ଛଡ଼ାଯାଉଛି । ଡ୍ୟାମକୁ ଜଳ ପ୍ରବେଶ ଦେଖି ୧ରୁ ୫ଟି ଭିତରେ ଗେଟ ଖୋଲା ରହିବ । ଡ୍ୟାମର ଜଳସ୍ତର ୬୧୯/୬୨୦ ଭିତରେ ରଖିବାକୁ ପାଣି ଛଡ଼ାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତିି ।