ଉପସ୍ଥାନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ଉପସ୍ଥାନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ଉପସ୍ଥାନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ରାଜ୍ୟସଭାରେ ଉପସ୍ଥାନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ-୨୦୧୯ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ୨୦୧୯-୨୦ରେ ଦେଶରେ ଜିଡିପି ୭ ପ୍ରତିଶତ ଲକ୍ଷ୍ୟ ରହିଥିବା ଅର୍ଥମନ୍ତ୍ରୀ କହିଥିଲେ । ସେହିପରି ବିତ୍ତୀୟ ନିଅଣ୍ଟ ୫.୮ ପ୍ରତିଶତ ହେବା ନେଇ ଆକଳନ କରାଯାଇଛି । ନିର୍ବାଚନ ଯୋଗୁଁ ବର୍ଷର ପ୍ରଥମ ତିନି ମାସ ଆର୍ଥିକ ପ୍ରଗତି ଧିମା ବୋଲି ଅର୍ଥମନ୍ତ୍ରୀ କହିଥିଲେ । ସେହିପରି ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଅର୍ଥନୀତି ପାଇଁ ଜିଡିପି ୮% ରହିବା ଦରକାର ବୋଲି ସେ କହିଥିଲେ । ଆସନ୍ତାକାଲି ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ସୂଚନାଯୋଗ୍ୟ ବଜେଟ ଆଗତ ପୂର୍ବରୁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବା ପରଂପରା ରହିଆସିଛି । ଆର୍ଥିକ ସର୍ଭେକ୍ଷଣ ବିଗତ ଗୋଟିଏ ବର୍ଷର ଅର୍ଥବ୍ୟବସ୍ଥାକୁ ନେଇ ପ୍ରସ୍ତୁତ ହୋଇଥାଏ । ଏଥିରେ ଆଗାମୀ ଆର୍ଥିକ ବର୍ଷର ନୀତି-ନିଷ୍ପତ୍ତି ମଧ୍ୟ ଲୁଚି ରହିଥାଏ ।