ଧାରା ୩୭୦ ଉଚ୍ଛେଦ ନେଇ ଭାରତକୁ ଋଷର ସମର୍ଥନ

ଧାରା ୩୭୦ ଉଚ୍ଛେଦ ନେଇ ଭାରତକୁ ଋଷର ସମର୍ଥନ

ଧାରା ୩୭୦ ଉଚ୍ଛେଦ ନେଇ ଭାରତକୁ ଋଷର ସମର୍ଥନ
ନୂଆଦିଲ୍ଲୀ: ଜାମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ମୋଦୀ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛି ଋଷିଆ । ଭାରତରେ ଅବସ୍ଥାପିତ ଋଷିଆ ରାଷ୍ଟ୍ରଦୂତ ନିକୋଲେ କୁଦାସେଭ୍‌ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଭାରତ ସରକାରଙ୍କ ନିଜସ୍ୱ ନିଷ୍ପତ୍ତି । ଏହା ଭାରତ ଆଭ୍ୟନ୍ତରୀଣ ମାମଲା ଅଟେ । ତେଣୁ ଯାହାବି ସମସ୍ୟା ରହିଛି ଉଭୟ ଦେଶ ସିମଲା ଚୁକ୍ତି ଅନୁସାରେ ଆଲୋଚନା କରି ସମାଧାନ କରିବା ଉଚିତ । ସେହିପରି ଭାରତ ଓ ପାକିସ୍ତାନ ବିବାଦ ମଧ୍ୟରେ ଋଷ୍‌ର କୌଣସି ଭୂମିକା ନାହିଁ ବୋଲି ଋଷିଆ ଦୂତାବାସର ଉପାଧ୍ୟକ୍ଷ ରୋମାନ୍‌ ବବୁସ୍କିନ୍‌ କହିଛନ୍ତି । ଯେପର୍ୟ୍ୟନ୍ତ ଉଭୟ ଦେଶ ମଧ୍ୟସ୍ଥତା ପାଇଁ କହି ନାହାଁନ୍ତି ସେ ପର୍ୟ୍ୟନ୍ତ ଋଷିଆ କିଛି ବି କହିବ ନାହିଁ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ରୁଦ୍ଧ ଦ୍ୱାର ବୈଠକରେ ମଧ୍ୟ ଏ ନେଇ ଆଲୋଚନା ହୋଇଛି ଯେ କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ମାମଲା ।