ମତଦାନ ପାଇଁ ଲୋକମାନଙ୍କୁ ପ୍ରେରିତ କରିବାକୁ ମୋଦିଙ୍କ ଟ୍ୱିଟ୍

ମତଦାନ ପାଇଁ ଲୋକମାନଙ୍କୁ ପ୍ରେରିତ କରିବାକୁ ମୋଦିଙ୍କ ଟ୍ୱିଟ୍

ଆସନ୍ତା ଲୋକ ସଭା ନିର୍ବାଚନରେ ବହୁ ପରିମାଣରେ ମତଦାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। କାରଣ ମତଦାନ ହିଁ ଦେଶର ପ୍ରଗତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ ବୋଲି ସେ ମତ ରଖିଛନ୍ତି। ବିଶେଷ କରି ପ୍ରଥମ ଥର ଲାଗି ଯେଉଁମାନେ ମତଦାନ କରିବେ ସେମାନଙ୍କୁ ଉତ୍ସାହିତ କରିବାକୁ ମୋଦି ସୂଚନା ଦେଇଛନ୍ତି। ତେବେ ମତଦାନ କରିବା ଲାଗି ମୋଦି ରାଜନେତା, ଉଦ୍ୟୋଗପତି, ଖେଳାଳୀ ତଥା ଚଳଚ୍ଚିତ୍ର ଦୁନିଆର ଲୋକଙ୍କୁ ମଧ୍ୟ ନିବେଦନ କରିଛନ୍ତି। ମୋଦୀ ଟ୍ୱିଟରେ ଲୋକମାନଙ୍କୁ ଭୋଟିଙ୍ଗ ପାଇଁ ପ୍ରୋତ୍ସାହିତ କରିବାକୁ ବିପକ୍ଷଙ୍କୁ ଟ୍ୟାଗ କରିଛନ୍ତି । ଏହା ସହିତ ସେ ଏକ ବ୍ଲଗ ମଦ୍ୟ ଲେଖିଛନ୍ତି । ମୋଦୀ ଟ୍ୱିଟ କରିଛନ୍ତି ଯେ, ମୁଁ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଶରଦ ପାୱାର, ମାୟାବତୀ, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ ଏବଂ ଏମକେ ଷ୍ଟାଲିନଙ୍କୁ ନିବେଦନ କରୁଛି କି, ସେମାନେ ଲୋକସଭା ନିର୍ବାଚନ ପାଇଁ ଲୋକମାନଙ୍କୁ ଜାଗରୂକ କରନ୍ତୁ । ଏଥିରେ ବହୁ ସଂଖ୍ୟାରେ ଲୋକମାନେ ଯୋଗଦାନ ଦେଲେ ଲୋକତନ୍ତ୍ର ସୁଦୃଢ ହେବ । ସେ ଆଉ ଏକ ଅନ୍ୟ ଟ୍ୱିଟରେ ଚନ୍ଦ୍ରବାବୁ ନାଇଡୁ, ଏଚଡି କୁମାରସ୍ୱାମୀ, ନବୀନ ପଟନାୟକ ଏବଂ ଜଗମୋହନ ରେଡିଙ୍କୁ ଟ୍ୟାଗ କରିଛନ୍ତି । ଏବଂ ଆଉ ଏକ ଟ୍ୱିଟରେ ନୀତୀଶ କୁମାର, ପବନ ଚାମଲିଙ୍ଗ, ଏବଂ ରାମ ବିଳାସ ପାସବାନଙ୍କୁ ଟ୍ୟାଗ କରିଛନ୍ତି । କେବଳ ସେତିକି ନୁହେଁ ମୋଦୀ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ, ରାଜ୍ୟପାଳ କିରଣ ବେଦୀ, ସାଉଥର କଳାକାର ମୋହନଲାଲ, ସୁଦର୍ଶନ ପଟ୍ଟନାୟକ, କ୍ରୀଡା ଜଗତର କିଦାମ୍ବୀ ଶ୍ରୀକାନ୍ତ, ଅଲମ୍ପିକ ମଡେଲ ଯୋଗେଶ୍ୱର ଦତ, ସୁଶୀଲ କୁମାର, ପିଭି ସିନ୍ଧୁଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମତଦାନ ପାଇଁ ଜାଗରୁକ କରିବାକୁ କହିଛନ୍ତି । ମୋଦି ଟୁଇଟର ବ୍ଲଗ୍‌ରେ ସାଧାରଣ ଲୋକମାନଙ୍କୁ ଅଧିକରୁ ଅଧିକ ମତଦାନ ପାଇଁ ଅନୁରୋଧ କରିଛନ୍ତି। ଏଥିସହିତ କହିଛନ୍ତି, ଦେଶକୁ ସୁଦୃଢ଼ କରିବା ପାଇଁ ମତଦାନ ଜରୁରୀ ଅଟେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୋଟିଏ ମାସ ସମୟ ଅଛି। ତେଣୁ ମତଦାନ କରିବା ଆମର ସବୁଠାରୁ ବଡ଼ ଅଧିକାର ବୋଲି ବାଛି ନେବା ଉଚିତ। ଅଧିକରୁ ଅଧିକ ଭୋଟ ଆମ ଗଣତନ୍ତ୍ରକୁ ଶକ୍ତିଶାଳୀ ବନାଇବ।