ରାଜସ୍ଥାନରୁ ଧରାପଡିଲା ପାକିସ୍ତାନ ଗୁପ୍ତଚର

ରାଜସ୍ଥାନରୁ ଧରାପଡିଲା ପାକିସ୍ତାନ ଗୁପ୍ତଚର

ଆଜି ରାଜସ୍ଥାନରେ ଜୟସଲମେରରୁ ଜଣେ ପାକିସ୍ତାନୀ ଗୁପ୍ତଚର ଗିରଫ ହୋଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ ସେ କାମ କରୁଥିବା ଜଣାପଡ଼ିଛି। ଗିରଫ ହୋଇଥିବା ଗୁପ୍ତଚରର ନାଁ ନବାବ ଖାନ୍। ପାକିସ୍ତାନ ସୀମା ନିକଟସ୍ଥ ଜୟସଲମେରର ସାମ୍ ଅଞ୍ଚଳରେ ନବାବଙ୍କର ଘର ଥିଲା। କିନ୍ତୁ ଖାନ୍ ଟଙ୍କା ଲୋଭରେ ପାକ୍ ଆଇଏସଆଇ ପାଇଁ କାମ କରୁଥିଲା ବୋଲି ଜଣାପଡ଼ିଛି। ଗୁଇନ୍ଦା ମହାନିଦେ୍ର୍ଧଶକ ଉମେଶ ମିଶ୍ର କହିବା ଅନୁଯାୟୀ ଖାନ୍ ପାକିସ୍ତାନରେ ଥିବା ଗୁଇନ୍ଦା ଅଧିକାରୀମାନଙ୍କୁ ହ୍ବାଟ୍ସଆପରେ କୋଡ୍ ମାଧ୍ୟମରେ ଖବର ପଠାଉଥିଲା ।