କାଳବୈଶାଖୀ ପ୍ରଭାବରେ ମା’ ଓ ଝିଅ ମୃତ

କାଳବୈଶାଖୀ ପ୍ରଭାବରେ ମା’ ଓ ଝିଅ ମୃତ

କାଳବୈଶାଖୀ ପ୍ରଭାବରେ ମା’ ଓ ଝିଅ ମୃତ
ନୂଆପଡା : ଭଣ୍ଡାରପୁରୀ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଉପରେ ଗଛ ଉପୁଡି ପଡିଯିବାରୁ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଥିବା ଜଣାପଡିଛି। ଗୁରୁତର ବାପାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ନୂଆପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ମା’ ଓ ଝିଅ ଶୋଇଥିବା ବେଳେ ତାଙ୍କ ଘର ଉପରେ କାଳବୈଶାଖୀ ପ୍ରଭାବରେ ଏକ ଗଛ ଉପୁଡି ପଡିଥିଲା। ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ।