ଶ୍ରୀମନ୍ଦିର ପରିଚାଳନା ନୂଆ ସମ୍ବିଧାନ : ଶଙ୍କରାଚାର୍ଯ୍ୟ
ଶ୍ରୀମନ୍ଦିର ପରିଚାଳନା ନୂଆ ସମ୍ବିଧାନ : ଶଙ୍କରାଚାର୍ଯ୍ୟ
admin
Apr 10, 2019 - 09:54
Updated: Apr 10, 2019 - 09:54
ପୁରୀ: ଶ୍ରୀମନ୍ଦିର ପରିଚାଳନା ପାଇଁ ନୂଆ ସମ୍ବିଧାନ ହେବ ବୋଲି ପୁରୀ ଜଗଦଗୁରୁ ଶଙ୍କରାଚାର୍ୟ୍ୟ କହିଛନ୍ତି । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ଏହା କହିଛନ୍ତି ଶଙ୍କରାଚାର୍ୟ୍ୟ ।
ସେ କହିଛନ୍ତି ଯେ, ୨୫୦୩ ବର୍ଷ ପୂର୍ବେ ଆଦି ଶଙ୍କରାଚାର୍ୟ୍ୟ ଜଗନ୍ନାଥଙ୍କୁ ପୁନଃ ପ୍ରତିଷ୍ଠା କରିଥିଲେ । ତେଣୁ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ଶଙ୍କରାଚାର୍ୟ୍ୟ ନେବା କଥା । ଏନେଇ ସେ ଖୁବଶୀଘ୍ର ସୁପ୍ରିମକୋର୍ଟରେ ପକ୍ଷ ରଖିବେ ବୋଲି ଶଙ୍କରାଚାର୍ୟ୍ୟ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ, ଶ୍ରୀମନ୍ଦିରର କିଛି ସମ୍ବିଧାନ ନାହିଁ । ଟେମ୍ପୁଲ ଆକ୍ଟ ଅନ୍ଧ ପରମ୍ପରାରେ ଚାଲିଛି । ତେଣୁ ଶ୍ରୀମନ୍ଦିର ପରିଚାଳନା ପାଇଁ ନୂଆ ସମ୍ବିଧାନ ହେବ ବୋଲି ପୁରୀ ଜଗଦଗୁରୁ ଶଙ୍କରାଚାର୍ୟ୍ୟ କହିଛନ୍ତି ।
ପ୍ରକାଶ ଯେ, ଗତ କିଛି ଦିନ ତଳେ ଶ୍ରୀମନ୍ଦିରର ଦାୟିତ୍ୱ ଶଙ୍କରାଚାର୍ୟ୍ୟ ନେବେ କି ବୋଲି ସୁପ୍ରିମକୋର୍ଟ ପଚାରିଥିଲେ ।