୪ ପୁଲିସ କର୍ମଚାରୀ ସସପେଣ୍ଡ

୪ ପୁଲିସ କର୍ମଚାରୀ ସସପେଣ୍ଡ

୪ ପୁଲିସ କର୍ମଚାରୀ ସସପେଣ୍ଡ
କେନ୍ଦୁଝର: ବିଚାର ଚାଲିଥିବାବେଳେ କୋର୍ଟରୁ ବାପ ଓ ପୁଅ ଚମ୍ପଟ ମାରିବା ଘଟଣାରେ ୪ ପୁଲିସ କର୍ମଚାରୀଙ୍କୁ ଏସପି ନିଲମ୍ବିତ କରିଛନ୍ତି । କୋର୍ଟ ଏସଆଇଙ୍କ ସମେତ ୩ ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି । ସେମାନେ ହେଲେ କୋର୍ଟ ଏସଆଇ ଦୁଷ୍ମନ୍ତ ସିଂହ, କନଷ୍ଟେବଳ ମନୋରମା ସେଠୀ, ଶିବାନୀ ନାୟକ ଓ ରେଣୁବାଳା ମହାନ୍ତ । ପ୍ରକା ଯେ, ତେଲକୋଇ ସରୁଆଳି ଗ୍ରାମର ଦାସ ଖୁଣ୍ଟିଆ ଓ ପୁଅ ଅନୀଲ ଖୁଣ୍ଟିଆ ଆଜି ସେସନ୍ସ କୋର୍ଟରୁ ଚମ୍ପଟ ମାରିଥିଲେ । ଉଭୟ ବାପ ଓ ପୁଅ ଏକ ଜାତିଆଣ ମାମଲାରେ ସେମାନେ ଅଭିଯୁକ୍ତ ଥିଲେ । ତଳକୋର୍ଟରେ ଆତ୍ମସମର୍ପଣ କରି ଜାମିନ ମାଗିବାକୁ ହାଇକୋର୍ଟ କହିଥିଲେ । ସେହି ଅନୁସାରେ ବାପ ଓ ପୁଅ ସେସନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ତେବେ କୋର୍ଟରେ ଜାମିନ ଶୁଣାଣି ଚାଲିଥିବାବେଳେ ଉଭୟ ଚମ୍ପଟ ମାରିଥିଲେ ।