ବଢ଼ି ଚାଲିଛି ଟ୍ରାଫିକ ସମସ୍ୟା ...
ବଢ଼ି ଚାଲିଛି ଟ୍ରାଫିକ ସମସ୍ୟା ...
admin
Dec 4, 2019 - 07:03
Updated: Dec 4, 2019 - 07:03
ଗୁଡ଼ଭେଲା/ତୁଷରା - ବଲାଙ୍ଗିର ଜିଳ୍ଳାର ଏକ ବ୍ୟବସାୟୀକ କେନ୍ଦ୍ର ଭାବେ ତୁଷୁରା ପରିଚିତ ।ତୁଷରା ସହର ଏନଏସି ମାନ୍ୟତା ପାଇବାର ୫ ବର୍ଷ ବିତି ଯାଇଥିବାବେଳେ ଦିନକୁ ଦିନ ଲୋକସଂଖ୍ୟା ବଢ଼ିବା ସହ ଯାନାବାହାନ ସଂଖ୍ୟା ମଧ୍ୟ ବଢ଼ି ଚାଳିଛି ।ହେଲେ ପ୍ରଶାସନିକ ଅବହେଲା ଯୋଗୁଁ ତୁଷୁରା ସହରର କୈାଣସି ଆଖି ଦୃଶିଆ ବିକାଶ ହୋଇ ପାରି ନାହିଁ । ରାଜନୈତିକ ବିଚାରଧାରାକୁ ବିଶ୍ୱାସ କରୁଥିବା ବ୍ୟକ୍ତିମାନେ ବି ଏ ନେଇ କୈାଣସି ଦୃଢ଼ ପଦକ୍ଷେପ ଗ୍ରହଣ କରିପାରି ନାହାନ୍ତି । ଏଥିଯୋଗୁଁ ସହରବାସୀ ମୋ÷ଳିକ ସମସ୍ୟାର ସମାଧାନରେ ପଛରେ ପଡ଼ିଛନ୍ତି । ସହରରେ ଲାଗିରହିଥିବା ଟ୍ରାଫିକ ସମସ୍ୟାକୁ ଉଦାହରଣଭାବେ ନିଆଯାଇପାରେ । ଟ୍ରାଫିକ ସମସ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ସାପ୍ତାହିକ ବଜାର ଶୁକ୍ରବାର ଦିନ ଏହା ଉଗ୍ର ରୁପ ଧାରଣ କରିଥାଏ । ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବସଷ୍ଟାଣ୍ଡ ,ଗାୟତୀ୍ର ମନ୍ଦିରଠାରୁ ରାମମନ୍ଦିର , ଅଗ୍ରସେନ ଭବନଠାରୁ ମିଳନ ଛକ୍ ପର୍ଯ୍ୟନ୍ତ ରାସ୍ତା ସବୁ ସମୟରେ ଜାମ ରହୁଥିବାବେଳେ ସ୍କୁଳ ଛୁଟି ଓ ଯିବା ସମୟରେ ଲୋକେ ଉକ୍ତ ରାସ୍ତା ଗୁଡ଼ିକ ପାର କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଳାଗୁଥିବା ଅଭିଯୋଗ ହେଉଛି । ସହରର ଟା୍ରଫିକ ସମସ୍ୟା ସ୍ଥାନୀୟ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ବିଶେଷ କରି ୧୦ ଓ ୧୪ ଚକିଆ ଟ୍ରକ,ହାଇୱା,ବଡ଼ ବଡ଼ ଟ୍ରଲି ବାଳା ଟ୍ରକ ଓପେଟୋ୍ରଲ ଓ ଡ଼ିଜେଳ ଟେଙ୍କର ଗୁଡ଼ିକ ବହୁ ମାତା୍ରରେ ଆସୁଥିବା ବେଳେ ରାସ୍ତା ଗୁଡ଼ିକ ସେହି ଅନୁପାତରେ ଚଉଡ଼ା ନଥିବାରୁ ଏପରି ସମସ୍ୟା ଳାଗି ରହିଥିବା ସ୍ଥାନୀୟ ପ୍ରଶାସନ ସଫେଇ ଦିଅନ୍ତି । ପୋଳିସ ପ୍ରଶାସନ ପକ୍ଷରୁ ଟା୍ରଫିକ କୁ ନିୟନ୍ତ୍ରଣ କରିବା ପାଇଁ ହୋମଗାଡର଼୍ ଦିଆଯାଇଥିଲେ ମଧ୍ୟ ଟ୍ରାଫିକ ସମସ୍ୟା ସୁଧରିବାର ନା ଧରୁନି । ଉକ୍ତ ରାସ୍ତାଗୁଡ଼ିକ ଅଣଓସାରିଆ ହେବା ସହ ଉକ୍ତ ସ୍ଥାନରେ ଦୋକାନ ଗୁଡ଼ିକ ରହିଥିବାବେଳେ ସହରର ମୁଖ୍ୟ ବ୍ୟବସାୟୀକ କେନ୍ଦ୍ର ଅଟେ । ଏଣୁ ଉକ୍ତ ଦୋକାନ ଗୁଡ଼ିକକୁ ଲୋକେ ଜିନିଷପତ୍ର କିଣିବାକୁ ଯାଉଥିବାବେଳେ ଗହଳିପୂର୍ଣ୍ଣ ରାସ୍ତା ହେବା ସହ ପାର୍କିଙ୍ଗ ବ୍ୟବସ୍ଥା ନଥିବାରୁ ରାସ୍ତାରେ ହିଁ ଲୋକେ ନିଜ ସାଇକେଲ ମଟରସାଇକେଲ ରଖିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ସକାଳ ସାଢେ଼ ୯ଟାରୁ ୧୨ ଟା ଏବଂ ଅପରାହ୍ନ ୪ଟାରୁ ୭ଟା ପର୍ଯ୍ୟନ୍ତ ଟା୍ରଫିକ ସମସ୍ୟା ରହୁଛି । ଏହି ସମୟ ମଧ୍ୟରେ ଛାତ୍ରଛାତୀ୍ର ସ୍କୁଳ ଓ କଲେଜକୁ ଏବଂ ସରକାରୀ,ବ୍ୟାଙ୍କ ପ୍ରଭୃତି କାର୍ଯ୍ୟାଳୟର କର୍ମଚାରୀମାନେ ଏହି ସମୟ ମଧ୍ୟରେ ଯିବା ଆସିବା କରିଥାନ୍ତି । ଟିକେ ଅସାବଧାନ ହେଲେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଟା୍ରଫିକ ସମସ୍ୟା ର ଅନ୍ୟ କାରଣ ହୋଇଥିବାବେଳେ ବଲାଙ୍ଗିର ସହରକୁ ସକାଳ ୮ଟାରୁ ଅପରାହ୍ନ ୧ ଟା ଓ ସଂନ୍ଧ୍ୟା ୪ଟାରୁ ୮ ଟା ପର୍ଯ୍ୟନ୍ତ ବଡ଼ ବଡ଼ ଯାନଗୁଡ଼ିକୁ ସହର ମଧ୍ୟକୁ ପ୍ରବେଶ କରିବା ନିଷେଧ ଥିବାରୁ ସମ୍ବଳପୁର ,ସୋନପୁର ଓ ଭୁବନେଶ୍ୱର ରୁ ଆସୁଥିବା ଗାଡ଼ିଗୁଡ଼ିକ ବଲାଙ୍ଗିର ନ ଯାଇ ତରଭା ,ମହିମୁଣ୍ଡା ଦେଇ କଳାହାଣ୍ଡି ,ନବରଂଗପୁର ଆଦି ଜିଳ୍ଳାକୁ ତୁଷରା ସହର ଦେଇ ଯାଉଥିବାର ଦେଖିବାକୁ ମିଳୁଛି । ଲୋକ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଉଥିବା ବେଲେ ତା ସହିତ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ସହର ର ଥାନା ଠାରୁ ଜଗ୍ନନାଥ ମନ୍ଦିର ଏବଂ ଅଗ୍ରସେନ ଭବନ ଠାରୁ ମିଳନଛକ ଓ ରାମ ମନ୍ଦିର ଛକ ଠାରୁ ଗା୍ରୟତୀ୍ର ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତା ରେ ସବୁ ବେଲେ ଟ୍ରାଫିକ ଜାମ ଳାଗିରହୁଛି । ବିଶେଷ କରି ଟ୍ରକ କିମ୍ବା ବସ ଗଲା ସମୟରେ ରାସ୍ତା ଗୁଡ଼ିକ ପୁରାପୁରି ଜାମ ହୋଇଯାଉଛି । ତୁଷରା ସହର ଭିତରକୁ ଯିବା ଆସିବାର ପରି କୋ÷ଣସି ନିୟମ ରହି ନଥିବାରୁ ଯାନବାହାନ ଯିବା ଆସିବା ପାଇଁ ଅବାଧରେ ଏକ ସୁବିଧାଜନକ ରାସ୍ତା ପାଳଟିଛି । ଏଥିଯୋଗୁଁ ମଧ୍ୟ ସହରର ଟା୍ରଫିକ ସମସ୍ୟା ମୁଖ୍ୟତଃ ଜାମ ରହୁଛି । ଏ ସଂପର୍କରେ ବାରମ୍ବାର ଏନଏସି ପ୍ରଶାସନ ଏବଂ ଜିଳ୍ଳା ପ୍ରାଶସନ କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଜିଳ୍ଳା ପ୍ରଶାସନ କିମ୍ବା ପୋ÷ର ପରିଷଦ ପକ୍ଷରୁ ଏ ନେଇ କୋ÷ଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି । ଏଥିପ୍ରିତି ଉଭୟ ପ୍ରଶାସନ ଶୀଘ୍ର ଦୃଷ୍ଟି ଦେଇ ନିୟନ୍ତ୍ରଣ ବାହାର ହୋଇଥିବା ତୁଷୁରା ସହରର ଟା୍ରଫିକ ସମସ୍ୟାର ସମାଧାନ କରିବା ପାଇଁ ଲୋକେ ଦାବୀ କରିଛନ୍ତି ।