କିରାଣି ପରେ କମିଶନର ବି ନେଲେ ଲାଞ୍ଚ

କିରାଣି ପରେ କମିଶନର ବି ନେଲେ ଲାଞ୍ଚ

କିରାଣି ପରେ କମିଶନର ବି ନେଲେ ଲାଞ୍ଚ
ବଲାଙ୍ଗିର: ୫-ଟି ଓ ମୋ ସରକାର କାର୍ଯ୍ୟକ୍ରମ ଏବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଭୂତ ହୋଇ ଗୋଡ଼ାଉଛି । ତେବେ ଅଧିକାଂଶ ସ୍ଥାନରେ ଏହାର ପ୍ରଭାବ ପଡ଼ୁନଥିବା ଜଣାଯାଇଛି । ବଲାଙ୍ଗୀର ଜିଲ୍ଲାରେ ଏବେ ଶିରା ପ୍ରଶିରାକୁ ଦୁର୍ନୀତି ଚରିଗଲାଣି । କିରାଣିଙ୍କ ପରେ ଖୋଦ ଶ୍ରମ କମିଶନର ଲାଞ୍ଚ ନେଲେ । ବଲାଙ୍ଗିର ଡିଭିଜନାଲ ଲେବର କମିଶନର ସରୋଜ ରଂଜିତୋ ଲାଞ୍ଚ ନେବା ବେଳେ ଭିଡିଓ କଏଦ ହୋଇଛି । ଯାହା ଖୁସିରେ ଦେବେ କହି ଲାଞ୍ଚ ନେବାର ଏକ ଭିଡିଓ ଭାଇରାଲ ହୋଇଛି । ଆମର କିଛି ଡିମାଣ୍ଡ ନାହିଁ, ଯାହା ଖୁସିରେ ଦେବେ ବୋଲି ଡିଭିଜନାଲ ଲେବର କମିଶନର କହୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଟେବୁଲ ଉପରେ ଥୁଆ ହୋଇଥିବା ଟଙ୍କା କାଗଜରେ ଡିଭିଜନାଲ ଲେବର କମିଶନର ଢାଙ୍କୁଥିବା ଭିଡିଓରେ ଦେଖିବାକୁ ମିଳିଛି । ସକଳେ ଉକ୍ତ ଅଫିସର କିରାଣି ଲାଞ୍ଚ ନେବାର ଭିଡିଓ ଭାଇରାଲ ହୋଇଥିଲା ।