ଧାନ ସଂଗ୍ରହରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ

ଧାନ ସଂଗ୍ରହରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ

ଧାନ ସଂଗ୍ରହରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ
ଭୁବନେଶ୍ୱର : ଧାନ ସଂଗ୍ରହରେ ସାମିଲ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) । କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ପାଇଲଟ ପ୍ରକଳ୍ପ ଭାବେ ସେମାନଙ୍କୁ ଧାନ ସଂଗ୍ରହରେ ନିୟୋଜିତ କରାଯାଇଛି । ଜିଲ୍ଲାର ୧୭ଟି ପ୍ରକଳ୍ପ ଗ୍ରାମ ପଞ୍ଚାୟତରେ ୧୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ସଫଳତାର ସହ ଧାନ ସଂଗ୍ରହ କରାଯାଇଛି । ଜୁନାଗଡ଼ ବ୍ଲକର ବାଣୀଝର ଗ୍ରାମ ପଞ୍ଚାୟତରେ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ପାଇଁ ଚୟନ କରାଯାଇଥିଲା । ଧାନ ସଂଗ୍ରହ ପାଇଁ ଅନଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବାରୁ ଏହି ଏସଏଚଜିଙ୍କୁ କମ୍ପ୍ୟୁଟର ତାଲିମ ଦିଆଯାଇଥିଲା । ପ୍ରଥମେ ସେମାନେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟିରେ କାମ ଆରମ୍ଭ କରିଥିଲେ । ମଣ୍ଡିକୁ ଧାନ ଦେବାକୁ ଆସୁଥିବା ଚାଷୀଙ୍କଠାରୁ ଧାନ ସଂଗ୍ରହ କରିଥିଲେ । ମାସକ ଭିତରେ ଏହି ଗୋଷ୍ଠୀର ସଦସ୍ୟମାନେ ୪୧ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିଥିଲେ । ମିଶନ ଶକ୍ତି ଜୁନାଗଡ଼ ବ୍ଲକ ମହାସଂଘ ଏଥିରେ ସେମାନଙ୍କୁ ସହାୟତା କରିଥିଲେ । ବର୍ତ୍ତମାନ ସୁଦ୍ଧା ଧାନ ସଂଗ୍ରହକୁ ମା’ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ୧୨.୯୪ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ରବି ଋତୁରେ ଜିଲ୍ଲାରେ ଏସଏଚଜିମାନେ ହାରାହାରି ସାଢ଼େ ୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହରେ ଏସଏଚଜି ସଫଳତା ପରେ ଅନ୍ୟ ଜିଲ୍ଲାରେ ଏହକୁ ଆକୃଷ୍ଟ କରିବାକୁ ମହିଳାମାନେ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ଯୋଜନା କରିଛି । ଏହାକୁ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି କୁହାଯାଇଛି । ସୂଚନା ଯେ ୨୦୦୧ ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧିନାରେ ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କରାଯାଇଥିଲା । ଏବେ ସୁଦ୍ଧା ରାଜ୍ୟରେ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ସଦସ୍ୟା ସାମିଲ ହୋଇଛନ୍ତି ।