କାନ୍ଥ ଭୁଶୁଡ଼ି ୨ମୃତ

କାନ୍ଥ ଭୁଶୁଡ଼ି ୨ମୃତ

କାନ୍ଥ ଭୁଶୁଡ଼ି ୨ମୃତ
ଅନୁଗୁଳ: ଅନୁଗୁଳ ବଅଁରପାଳ ନିକଟରେ ଏକ ଘର କାମ ଚାଲିଥିବା ବେଳେ ଅଘଟଣ ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘର ନିର୍ମାଣରେ ପାଇପ ସଂଯୋଗ ପାଇଁ କାନ୍ଥ ଖୋଳୁଥିବା କାମରେ କିଛି ଶ୍ରମିକ ନିୟୋଜିତ ଥିଲେ । କୈାଣସି କାରଣବସତଃ ସେମାନଙ୍କ ଉପରେ ହଠାତ ଏକ କାନ୍ଥ ଭୁଶୁଡ଼ି ପଡ଼ିଯାଇଥିଲା । ଫଳରେ କାନ୍ଥ ତଳେ ଚାପି ହୋଇ ଜଣେ ପାଇପ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ଏହା ସହ ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ଶ୍ରମିକ ଏହି କାନ୍ଥ ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି । କାନ୍ଥ ତଳେ ଚାପି ହୋଇ ରହିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀଙ୍କ ପ୍ରୟାସ ଜାରି ରହିଛି । ଜଣେ ମୃତକ ବୁଢାପଙ୍କ ଗାଁର ଦୀପୁ ପରିଡ଼ା ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ ।