ଆଶୀର୍ବାଦଙ୍କ ଜାମିନ ରାୟ ସଂରକ୍ଷିତ

ଆଶୀର୍ବାଦଙ୍କ ଜାମିନ ରାୟ ସଂରକ୍ଷିତ

ଆଶୀର୍ବାଦଙ୍କ ଜାମିନ ରାୟ ସଂରକ୍ଷିତ
ଭୁବନେଶ୍ୱର: ହାଇକୋର୍ଟରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ତେବେ ହାଇକୋର୍ଟ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି । ଏଟି ମାମଲାରେ ଶ୍ରୀ ବେହେରା ଗିରଫ ହୋଇଥିଲେ । ପ୍ରକାଶ ଯେ, ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇର ଏକ ବଡ଼ ଟିମ ଆଶୀର୍ବାଦଙ୍କ ଘର ଉପରେ ଚଢ଼ାଉ କରିବା ସହ ତାଙ୍କୁ ଗିରଫ କରିଥିଲା । ସେହିପରି ହୋଟେଲ ସୋଲାନ ଇନ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା । ୨୦୧୧ରେ ଓସିଏ ଅର୍ଥତତ୍ୱ ଠାରୁ ବିଜ୍ଞାପନ ବାବଦରେ ୧ କୋଟି ଟଙ୍କା ନେଇଥିଲା । ଉକ୍ତ ଟଙ୍କା ଓଡ଼ିଶା କି୍ରକେଟ ଟିମର ଅଷ୍ଟ୍ରେଲିଆ ଗସ୍ତ ଓ ତକôାଳୀନ କୋଚ ମାଇକେଲ ବେଭାନଙ୍କ ପାଇଁ ଖର୍ଚ୍ଚ ହୋଇଥିଲା । ସେହିପରି ଓପିଏଲରେ ଅନୁଗୁଳ ଟସ୍କର୍ସ, ବାଲେଶ୍ୱର ବାଘାସ, ପୁରୀ ଏମ୍ପାରର୍ସ ଓ ଭୁବନେଶ୍ୱର ଜାଗୁଆରସ ଟିମ ଅଂଶଗ୍ରହଣ କରିଥିବାବେଳେ ଏଥିରେ ଅର୍ଥତତ୍ୱର ଟଙ୍କା ଲାଗିଥିଲା । ଏତଦବ୍ୟତୀତ ଓପିଏଲର ମଧ୍ୟ ଏଟି ପ୍ରାୟୋଜକ ରହିଥିଲା ।