ବୋଲେରୋ ଧକ୍କାରେ ୨ ମୃତ

ବୋଲେରୋ ଧକ୍କାରେ ୨ ମୃତ

ବୋଲେରୋ ଧକ୍କାରେ ୨ ମୃତ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ଅଂଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାସହ ୭ଜଣ ଗୁରୁତର ହୋଇଛନ୍ତି । ଏକ ବୋଲେରୋ ବାରିପଦା ନିକଟବର୍ତୀ ବୈଶିଙ୍ଗା-ମଣନ୍ଦ୍ରି ଅଂଚଳ ଦେଇ ଯାଉଥିଲା । ସେହି ସମୟରେ ଗାଡିର ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଏହା ଏକ ବିଦ୍ୟୁତ ଖୁଂଟରେ ପିଟି ହୋଇଥିଲା । ଯଦ୍ୱାରା ଗାଡିରେ ଥିବା ୨ଜଣ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଏହାସହ ଅନ୍ୟ ୭ଜଣ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ବାରିପଦା ମେଡିକାଲରେ ଭର୍ତି କରାଯାଇଛି ।