କଟକରେ ନୂଆ ଟ୍ରାଫିମ ନିୟମ

କଟକରେ ନୂଆ ଟ୍ରାଫିମ ନିୟମ

କଟକରେ ନୂଆ ଟ୍ରାଫିମ ନିୟମ
ଭୁବନେଶ୍ୱର: ସବୁଠି ଏବେ ଟ୍ରାଫିକ ଚିନ୍ତା । ରାଜଧାନୀ ଭୁବନେଶ୍ୱର ହେଉ ଅବା କଟକ । ଚାରିଆଡେ଼ ଟ୍ରାଫିକ ସମସ୍ୟା । ଭୁବନେଶ୍ୱରରେ ଟ୍ରାଫିସ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ପରେ ଏବେ କଟକ ଟ୍ରାଫିକ ସମସ୍ୟା ମୁଣ୍ଡବ୍ୟଥାର କାରଣ ସାଜିଛି । ଆଉ ଏହାକୁ ନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ ଏଣିକି ରିଂ-ରୋଡରୁ ଜବରଦଖଲ ଉଚ୍ଛେଦ କରାଯିବ । ପାର୍କିଂ ପ୍ଲେସ ତିଆରି ହେବ । ଓଏମପି ସ୍କୋୟାରରୁ ଲିଙ୍କ ରୋଡ ରାସ୍ତାରେ କୌଣସି ବସ ପାର୍କିଂ କରିପାରିବେ ନାହିଁ । ଓଏମପି ଲିଙ୍କ ରୋଡ ଯାଏ କୌଣସି ବସ ଯାତ୍ରୀଙ୍କୁ ଉଠାଇ ପାରିବେ ନାହିଁ କି ଓହ୍ଲାଇ ପାରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।