୯ ଜିଲ୍ଲାକୁ ସର୍ତକ ସୂଚନା

୯ ଜିଲ୍ଲାକୁ ସର୍ତକ ସୂଚନା

୯  ଜିଲ୍ଲାକୁ ସର୍ତକ ସୂଚନା
ଭୁବନେଶ୍ୱର : ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ଅପରାହ୍ନ ୫ ଟା ୩୫ ଯାଏଁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ଧୂଳିଝଡ, ବଜ୍ରପାତ ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଝଡ ବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ବଜ୍ରପାତ ହେବା ସମୟରେ ଘରୁ ନ ବାହାରିବାକୁ ସର୍ତକ କରାଇ ଦିଆଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, କଟକ, ଯାଜପୁର, ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କରାଯାଇଛି ।