ବୁଲବୁଲ ପ୍ରସ୍ତୁତି ବୁଝିଲେ କ୍ୟାବିନେଟ ସଚିବ

ବୁଲବୁଲ ପ୍ରସ୍ତୁତି ବୁଝିଲେ କ୍ୟାବିନେଟ ସଚିବ

ବୁଲବୁଲ ପ୍ରସ୍ତୁତି ବୁଝିଲେ କ୍ୟାବିନେଟ ସଚିବ
ଭୁବନେଶ୍ୱର: ବାତ୍ୟା ବୁଲବୁଲ ନେଇ ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନେଇ କ୍ୟାବିନେଟ ସଚିବଙ୍କ ଭିଡିଓ କନଫରେନସିଂ ପରେ ଏସଆରସି ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହେଲା । ବୁଲବୁଲ ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ଅବଗତ କରାଗଲା । ସ୍ଥିତି ଦେଖି ଜିଲ୍ଲାପାଳ ସ୍ଥାନାନ୍ତର କରିପାରିବେ ବୋଲି ନିଦେ୍ର୍ଧଶ ଦିଆଯାଇଛି । ପବନ ଓ ବର୍ଷାର ମୁକାବିଲା ପାଇଁ ସବୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି । ବୈଠକରେ ପଶ୍ଚିମବଙ୍ଗ ସରକାର ଓଡ଼ିଶା ସରକାରଙ୍କ ସାହାଯ୍ୟ ଚାହିଁଲେ । ପଶ୍ଚିମବଙ୍ଗର କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ରହିଯାଇଥିବା କହିଲେ । ମତ୍ସ୍ୟଜୀବୀମାନେ ଓଡ଼ିଶାର ଧାମରା ବନ୍ଦର ନିକଟରେ ପହଞ୍ଚିବେ । ସେମାନଙ୍କ ସୁରକ୍ଷାା ପାଇଁ ପଶ୍ଚିମବଙ୍ଗ ଓଡ଼ିଶା ସରକାରଙ୍କୁ ଅନୁରୋଧ କଲେ । ବାତ୍ୟା ସମୟରେ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକମାନଙ୍କୁ ସତର୍କର୍ କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଭିତରକୁ ନଯିବାକୁ ପର୍ଯ୍ୟଟକଙ୍କୁ କୁହାଯାଇଛି । ଜଗତସିଂହପୁର ପ୍ରଶାସନର ପ୍ରସ୍ତୁତି: ଅନ୍ୟପକ୍ଷରେ ବାତ୍ୟା ପ୍ରସ୍ତୁତିକୁ ନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଯେ, ପାରାଦୀପ, କୁଜଙ୍ଗ, ଏରସମା ଓ ବାଲିକୁଦାରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ । ଲୋକଙ୍କୁ ସ୍ଥାନାନ୍ତର ସହ ରନ୍ଧା ଖାଦ୍ୟ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ପାରାଦୀପରେ ଗୋଟିଏ ଏନଡିଆରଏଫ ଟିମ ମୁତୟନ କରାଯାଇଛି ।