ରେକର୍ଡ ରଚିଲା ପାରାଦୀପ ବନ୍ଦର

ରେକର୍ଡ ରଚିଲା ପାରାଦୀପ ବନ୍ଦର

ରେକର୍ଡ ରଚିଲା ପାରାଦୀପ ବନ୍ଦର
ଜଗତସିଂହପୁର: ପାରାଦୀପ ବନ୍ଦର ଆଉ ଏକ ସଫଳତାର ମାଇଲଖୁଂଟ ଅତିକ୍ରମ କରିଛି । ଗୋଟିଏ ଦିନରେ ବନ୍ଦର ମଧ୍ୟରେ ୩୦ ଜାହାଜ କାରବାର କରାଇ ଏହି ରେକର୍ଡ ସ୍ଥାପନ କରିଛି । ଲଗାତର ତିନିଥର ବନ୍ଦର ନ୍ୟାସ ଏହି ରେକର୍ଡ ରଚିବାକୁ ସକ୍ଷମ ହୋଇଛି । ଗତକାଲି ସକାଳେ ସାଢେ ୭ଟାରୁ ଆଜି ସକାଳ ସାଢେ ୭ଟା ଭିତରେ ବନ୍ଦର ମଧ୍ୟରେ ୩୦ଟି ଜାହଜ କାରବାର କରିଥିବା ଜଣାପଡିଛି । ସେଥିମଧ୍ୟରୁ ୧୦ଟି ଜାହଜ ପଣ୍ୟ ଆଣିଥିବା ବେଳେ ୯ ଜାହଜ ପଣ୍ୟ ଆଣିଥିବା ବେଳେ ୯ ଜାହଜ ପଣ୍ୟ ଖଲାସ କରି ବନ୍ଦର ମଧ୍ୟରୁ ବାହାରିଛି । ଏହାସହ ବନ୍ଦର ମଧ୍ୟରେ ୩ଟି ଜାହଜ ସ୍ଥାନ ପରିବର୍ତନ କରିଛି ଓ ମୁଖ୍ୟ ଜାହଜକୁ ସହଯୋଗ କରିବା ପାଇଁ ୮ଟି ସହାୟକ ଜାହଜ କାରବାର କରିଛି । ଏପରି ଭାବେ ମୋଟ ୩୦ ଜାହଜ ବନ୍ଦର ମଧ୍ୟରେ କାରବାର କରିଛି । ଏହା ପାରାଦ୍ୱୀପ ବନ୍ଦର ଇତିହାସରେ ପ୍ରଥମ ଥର ଘଟିଥିବା ସୂଚନା ମିଳିଛି । ଆହୁରି ୩୯ ଟି ଜାହଜ ବନ୍ଦର ପୋତାଶ୍ରୟକୁ ଆସିବା ପାଇଁ ଅପେକ୍ଷା କରି ରହିଛନ୍ତି । ଉପ ସଂରକ୍ଷକ କ୍ୟାପଟେନ ଅତୁଲ୍ୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପାରାଦ୍ୱୀପ ବନ୍ଦର ଏହି ବିରାଟ ସଫଳତା ମିଳିଛି । ବନ୍ଦରରେ କାର୍ଯ୍ୟରତ ସମସ୍ତ ବିଭାଗର କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କ୍ୟାପଟେନ ମହାପାତ୍ର କହିଛନ୍ତି । ପୂର୍ବରୁ ବନ୍ଦର ମଧ୍ୟରେ ଗୋଟିଏ ଦିନରେ ୨୪ ଓ ୨୭ ଜାହାଜଟି କାରବାର କରିଥିଲା । ଆଜି ୩୦ ଜାହାଜ କାରବାର କରି ବନ୍ଦର ପୁଣି ଏକ ସର୍ମକାଳୀନ ରେକର୍ଡ ଅର୍ଜନ କରିଛି । ଏହାସହ ବନ୍ଦର ୧୦୯.୨୭ ମିଲିଅନ ମେଟ୍ରିକ ଟନ ପଣ୍ୟ କାରବାର କରାଇ ସାରା ଦେଶରେ ଦ୍ୱିତୀୟ ବୃହତମ ବନ୍ଦର ଭାବେ ମଧ୍ୟ ପରିଗଣିତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୧୨୦ ମିଲିଅନ ମେଟି୍ରକ ଟନରୁ ଅଧିକ ପଣ୍ୟ କାରବାର କରାଇ ବନ୍ଦର ପୁଣି ରେକର୍ଡ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।