ବିଶ୍ୱବ୍ୟାପୀ କଣ୍ଡୋମର ଘୋର ଅଭାବ
ବିଶ୍ୱବ୍ୟାପୀ କଣ୍ଡୋମର ଘୋର ଅଭାବ
admin
Mar 29, 2020 - 07:24
Updated: Mar 29, 2020 - 07:24
କରୋନା ଭୂତାଣୁର ଆତଙ୍କ ୧୯୯ ଦେଶରେ ବ୍ୟାପିଛି । ଏଥିରୁ ବର୍ତ୍ତିବା ପାଇଁ ଅଧିକାଂଶ ରାଷ୍ଟ୍ର ପକ୍ଷରୁ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ବା ତାଲାବନ୍ଦ ସମୟରେ ଲୋକମାନେ ନିଜ ଘରେ ବନ୍ଦ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନିର୍ଦ୍ଧିଷ୍ଟ ସମୟରେ ଆଣିବାକୁ କୁହାଯାଉଛି । ଏଭଳି ସ୍ଥିତିରେ ବିଶ୍ୱବ୍ୟାପୀ କଣ୍ଡୋମର ଘୋର ଅଭାବ ପରିଲକ୍ଷିତ ହୋଇଛି । ଲୋକମାନେ ପୁରା ସମୟ ନିଜ ଘରେ ରହୁଥିବାରୁ କଣ୍ଡୋମ ଚାହିଦା ଅଚାନକ ବୃଦ୍ଧି ପାଇଛି । ତେବେ ଅଧିକାଂଶ ଦେଶରେ ମେଡିକାଲ ଷ୍ଟୋରରେ କଣ୍ଡୋମ ଶେଷ ହୋଇଯାଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ ବଜାରରୁ ଏହା ଯେମିତି ଗାଏବ ହୋଇଯାଇଛି । ଲକଡାଉନ ଯୋଗୁଁ କଣ୍ଡୋମ ନିର୍ମାଣକାରୀ କମ୍ପାନୀ ଉପôାଦନ ବନ୍ଦ କରିଦେଇଥିବାରୁ ବର୍ଦ୍ଧିତ ଚାହିଦା ପୂରଣ ହୋଇପାରୁନାହିଁ । ମାଲେସିଆର କୋରେକ୍ସ ବିଏଚଡି କମ୍ପାନୀ ବିଶ୍ୱରେ ସର୍ବାଧିକ କଣ୍ଡୋମ ଉପôାଦନ କରିଥାଏ । ବିଗତ ୧୦ ଦିନ ମଧ୍ୟରେ ମାଲେସିଆରେ ଥିବା କମ୍ପାନୀର ୩ଟି କାରଖାନାରୁ ଗୋଟିଏ ବି କଣ୍ଡୋମ ତିଆରି କରାଯାଇନାହିଁ । ଡେଲିମେଲ ଖବର ମୁତାବକ ମାଲେସିଆ ସରକାର ଲକାଡାଉନ ଯୋଗୁଁ ଏହି କାରଖାନା ଗୁଡ଼ିକୁ ବନ୍ଦ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହା ଦ୍ୱାରା ଅନ୍ତର୍ଜାତୀୟ ବାଜରରୁ ୧୦ କୋଟି କଣ୍ଡୋମ କମ୍ ପଡ଼ିଛି । ଏଠାରୁ ସାରା ବିଶ୍ୱକୁ କଣ୍ଡୋମ ଯୋଗାଣ ହୋଇଥାଏ । କୁହାଯାଉଛି ଯେ ଅନେକ ମାସ ଧରି କଣ୍ଡୋମ ଅଭାବ ପରିଲକ୍ଷିତ ହେବ । କୋରେକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୋହ ମିୟା କାଇଟ କହିଛନ୍ତି, ସାରା ବିଶ୍ୱ କଣ୍ଡୋମ ଅଭାବଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି । ଏହା ଦ୍ୱାରା ନୂଆ ସମସ୍ୟା ଦେଖାଦେଇପାରେ ।