ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ: ମହଙ୍ଗା ହେବ ଆଇଫୋନ

ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ: ମହଙ୍ଗା ହେବ ଆଇଫୋନ

ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ: ମହଙ୍ଗା ହେବ ଆଇଫୋନ
ସାନଫ୍ରାନସିସକୋ: ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ପ୍ରଭାବରେ ଆପଲ ଆଇଫୋନର ଉତ୍ପାଦନ ଖର୍ଚ୍ଚ ବଢ଼ିଯିବ ବୋଲି କୁହାଯାଉଛି । ଏହା ୩% ଅଧିକ ମହଙ୍ଗା ହୋଇଯିବ ବୋଲି ଆଶଙ୍କା କରାଯାଉଛି । କାରଣ ଚୀନରେ ପ୍ରସ୍ତୁତ ହେଉଥିବା ଆଇଫୋନ ବ୍ୟାଟେରୀ ଏବଂ ଅନନ୍ୟା ଉପକରଣରେ ଶୁକ୍ଳ ବଢ଼ିବା ପରେ ଆଇଫୋନର ଉତ୍ପାଦନ ଖର୍ଚ୍ଚ ୨ରୁ ୩% ବଢ଼ିବ । ଉଦାହରଣ ସ୍ୱରୂପ ଏକ ଆଇଫୋନ ଏକ୍ସଏସର ମୂଲ୍ୟ ୯୯୯ ଡଲାରରୁ ୧୦୨୯ ଡଲାରକୁ ବୃଦ୍ଧି ପାଇବ । ଚୀନର ଅତିରିକ୍ତ ୩୨୫୦୦ କୋଟି ଡଲାର ମୂଲ୍ୟରେ ଉତ୍ପାଦନ ଶୁକ୍ଳ ବୃଦ୍ଧି କରିବା ପାଇଁ ଡ୍ରୋନାଲ୍ଡ ଟ୍ରମ ପ୍ରଶାସନ ବିଚାର କରୁଛନ୍ତି । ଯଦି ଏହା ହୁଏ ତେବେ ଆଇଫୋନ ମୂଲ୍ୟ ୧୨୦ ଡଲାର ଅଧିକ ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ, ଆମେରିକା ଓ ଚୀନ ମଧ୍ୟରେ ପୁଣି ଆରମ୍ଭ ହୋଇଛି ବାଣିଜ୍ୟ ଯୁଦ୍ଧ । ମେ ୧୦ରେ ଟ୍ରମ୍ପ ୨୦୦୦୦ କୋଟି ଡଲାର ମୂଲ୍ୟରେ ଚୀନ ସାମଗ୍ରୀ ଶୁକ୍ଳ ବଢ଼ାଇବା ପାଇଁ ଘୋଷଣା କରିବା ପରେ ଏବେ ଯୁଦ୍ଧ ତେଜିଛି । ଏହାର ପ୍ରତି ଜବାବରେ ଚୀନ ମଧ୍ୟ ଜୁନ ୧ରୁ ୬୦୦୦ କୋଟି ଡଲାର ଆମେରିକୀୟ ସାମଗ୍ରୀରେ ଶୁକ୍ଳ ବଢ଼ାଇବା ପାଇଁ ଘୋଷଣା କରିଛି ।