୨୮ ଦିନରେ ଡିଆଜିଓକୁ ଶୁଝିବେ ୯୪୫ କୋଟି :ମାଲ୍ୟା
୨୮ ଦିନରେ ଡିଆଜିଓକୁ ଶୁଝିବେ ୯୪୫ କୋଟି :ମାଲ୍ୟା
admin
May 26, 2019 - 10:23
Updated: May 26, 2019 - 10:23
ଲଣ୍ଡନ: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏକ ବଡ ଝଟକା ମିଳିଛି । ୨୮ ଦିନ ମଧ୍ୟରେ ଡିଆଜିଓ କମ୍ପାନୀକୁ ୧୩.୫ କୋଟି ଡଲାର( ପାଖାପାଖି ୯୪୫ କୋଟି ଟଙ୍କା) ଶୁଝିବା ପାଇଁ ମାଲ୍ୟାଙ୍କୁ ବ୍ରିଟେନ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ୬୩ ବର୍ଷୀୟ ଉଦ୍ୟୋଗପତି ମାଲ୍ୟଙ୍କ ଉପରେ ୧୭.୫ କୋଟି ଡଲାର ବାକି ଥିବା ବ୍ରିଟେନର ମଦ କମ୍ପାନି ସହ ଚୁକ୍ତି କରିବା ସମୟରେ ଡିଆଜିଓ ମୌଖିକ ରୂପରେ କହିଥିଲା ଯେ, ଏହା ଏତେ ଶୀଘ୍ର କୌଣସି ଦାବି କରିବ ନାହିଁ । କୋର୍ଟ ମାଲ୍ୟାଙ୍କ ଯୁକ୍ତିକୁ ଖାଇଜ କରି କହିଛନ୍ତି ଯେ ସୁଧ ସହ ଡିଆଇଜିଓର ଟଙ୍କା ଫେରାଅ । ଡିଆଜିଓର ମୁଖ୍ୟପାତ୍ର ଡେମିନିକ ରେଡଫର୍ଣ୍ଣ କହିଛନ୍ତି ଯେ, ମାମଲାରେ ଆମେ ଜିତିଛୁ ।
ପ୍ରକାଶଯୋଗ୍ୟ, ମାମଲା ମାଲ୍ୟଙ୍କ ଦୁଇ କମ୍ପାନିର ଅଧିଗ୍ରହଣକୁ ନେଇ ରହିଛି । ଡିଆଜିଓ ବିଜୟ ମାଲ୍ୟଙ୍କ କମ୍ପାନିର ଅଂଶଧନ କିଣିବା ପାଇଁ ପେମେଂଟ କରିଥିଲା । କିନ୍ତୁ ଏହାକୁ ଶେୟାରରେ ଭାଗ ଦିଆଯାଇନାହିଁ । ଫଳରେ ଏହାକୁ ବଡ ଧରଣର କ୍ଷେତି ସହିବାକୁ ପଡିଛି । କମ୍ପାନି ବିଜୟ ମାଲ୍ୟାଙ୍କୁ ସିଧାସଳଖ ୪ କୋଟି ଡଲାର ଦେଇଥିଲା । ମାଲ୍ୟାଙ୍କ ଉକ୍ତ ଦୁଇ କମ୍ପାନିକୁ ତାଙ୍କ ଦୁଇ ପୁଅ ସିଦ୍ଧାର୍ଥ ଚଳାଉଛନ୍ତି । ୩ ବର୍ଷ ପୂର୍ବେ ଡିଆଜିଓ ସହ ଏହି ଚୁକ୍ତି ହୋଇଥିଲା । ଜୁଲାଇରେ ମାଲ୍ୟଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ବ୍ରିଟେନ ହାଇକୋର୍ଟରେ ହେବ । ସେ ଏବେ ଜାମିନରେ ଅଛନ୍ତି । ୱେଷ୍ଟମିନିଷ୍ଟର କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଅନୁମତି ଦେଇଛନ୍ତି କିନ୍ତୁ ମାଲ୍ୟା ଏହି ନିଦେ୍ର୍ଧଶ ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି । ମାଲ୍ୟାଙ୍କ ଉପରେ ଏସବିଆଇ ସମେତ ୧୭ଟି ବ୍ୟାଙ୍କର ୯୦୦୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବକେୟା ଅଛି । ମୁମ୍ବାଇସ୍ଥିତ ସ୍ୱତନ୍ତ୍ର ନ୍ୟାୟାଳୟ ତାଙ୍କୁ ପଳାତକ ଘୋଷିତ କରିଛି ।