ବାଇଜୁସ୍ରେ ୪୦୦ ମିଲିୟନ୍ ନିବେଶ କରିବ ଡିଏସ୍ଟି ଗ୍ଲୋବାଲ୍

ବାଇଜୁସ୍ରେ ୪୦୦ ମିଲିୟନ୍ ନିବେଶ କରିବ ଡିଏସ୍ଟି ଗ୍ଲୋବାଲ୍

ବାଇଜୁସ୍ରେ ୪୦୦ ମିଲିୟନ୍ ନିବେଶ କରିବ ଡିଏସ୍ଟି ଗ୍ଲୋବାଲ୍
ନୂଆଦିଲ୍ଲୀ : ଅନ୍ଲାଇନ୍ ପାଠ୍ୟକ୍ରମ ପ୍ରଦାନ କରୁଥିବା ବାଇଜୁସରେ ୪୦୦ ମିଲିୟନ୍ ଡଲାର ନିବେଶ କରିବ ଡିଏସ୍ଟି ଗ୍ଲୋବାଲ୍ । ବିଲେନିୟର୍ ୟୁରି ମିଲ୍ନରଙ୍କ କମ୍ପାନୀ ଡିଏସ୍ଟି ଗ୍ଲୋବାଲ୍ ଏବଂ ବାଇଜୁସ୍ ମଧ୍ୟରେ ଆଲୋଚନା ଜାରି ରହିଛି । ଉଭୟ କମ୍ପାନୀ ମଧ୍ୟରେ ହୋଇଥିବା ଆଲୋଚନା ଅନୁଯାୟୀ ଡିଏସ୍ଟି ଗ୍ଲୋବାଲ୍ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ନିବେଶ କରିବ । ଯଦି ଏହି ନିବେଶ କାର୍ଯ୍ୟକାରୀ ହୁଏ ତେବେ ଏହା ପେଟିଏମ୍ ପରେ ଦ୍ୱିତୀୟ ସର୍ବବୃହତ ନିବେଶ ହେବ । ପୂର୍ବରୁ ଅଲିବାବା ପେଟିଏମ୍ରେ ୧୦.୫ ବିଲିୟନ୍ର ନିବେଶ କରିଛି । ଡିଏସ୍ଟି ଗ୍ଲୋବାଲ ପୂର୍ବରୁ ଓଲା, ସ୍ୱିଗି ଏବଂ ଉଡାନ୍ରେ ନିଜର ନିବେଶ କରି ସାରିଛି ।