କଳାଧନ ତଥ୍ୟ ଦେବାକୁ ୧୧ ଭାରତୀୟଙ୍କୁ ନୋଟିସ୍

କଳାଧନ ତଥ୍ୟ ଦେବାକୁ ୧୧ ଭାରତୀୟଙ୍କୁ ନୋଟିସ୍

 କଳାଧନ ତଥ୍ୟ ଦେବାକୁ ୧୧ ଭାରତୀୟଙ୍କୁ ନୋଟିସ୍
ନୂଆଦିଲ୍ଲୀ: ଭାରତ ସରକାରଙ୍କୁ କଳାଧନ ତଥ୍ୟ ଦେବା ପାଇଁ ତତ୍ପରତା ପ୍ରକାଶ କରିଛି ସ୍ୱିଜରଲାଣ୍ଡ । ଏନେଇ ବିଭିନ୍ନ ପ୍ରକ୍ରିୟା ଜୋରଦାର କରିଛି ଏହି ଟିକସ ଭୂସ୍ୱର୍ଗ । ଏହି ପରିପ୍ରେକ୍ଷୀରେ ଏହା ଦିନକରେ ୧୧ ଜଣ ଭାରତୀୟଙ୍କୁ ନୋଟିସ ଜାରି କାରିଥିବା ଜଣା ପଡିଛି । ସ୍ୱିସ୍ କର୍ତୃକକ୍ଷଙ୍କ ପକ୍ଷରୁ ଏବେ ଯାଏ ୨୫ରୁ ଅଧିକ ନୋଟିସ୍ ଜାରି କରାଯାଇ ସାରିଲାଣି । ସ୍ୱିସ୍ ବ୍ୟାଙ୍କରେ ଆକାଉଂଟ ଖୋଲି ଅର୍ଥ ଗଚ୍ଛିତ ରଖିଥିବା ଭାରତୀୟ ମହକିଲଙ୍କୁ ନୋଟିସ ଜାରି କରାଯାଇଛି । ସେମାନଙ୍କ ବ୍ୟାଙ୍କ ତଥ୍ୟ ତୃତୀୟ ପକ୍ଷ ସହ ସେୟାର କରାଯାଇ ପାରେ ବୋଲି ନୋଟିସରେ ଉଲ୍ଲେଖ ରହିଥିବାବେଳେ ଏବାବଦରେ ଅଭିଯୋଗ ପାଇଁ ମଧ୍ୟ ଆହ୍ୱାନ କରାଯାଇଛି । ଅଭିଯୋଗ ପାଇଁ ମଧ୍ୟ ସେମାନଙ୍କ ନିକଟରେ ମାତ୍ର ଗୋଟିଏ ସୁଯୋଗ ରହିଥିବା ସ୍ପଷ୍ଟ କରାଯାଇଛି । ଏହା ଦ୍ୱାରା କଳାଧନ ଗଚ୍ଛିତ ରଖିଥିବା ଭାରତୀୟଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । ଟିକସ ଠକମାନଙ୍କୁ ପ୍ରଶୟ ଦେଉଥିବାରୁ ସ୍ୱିଜରଲାଣ୍ଡ ଉପରେ ଏବେ ବିଶ୍ୱର ନଜର ରହିଛି । ଏହା ଉପରେ ବିଶ୍ୱର ନେତୃବୃନ୍ଦ ଅଙ୍ଗୁଳି ଉଠାଇବା ପରେ ସ୍ୱିଜରଲାଣ୍ଡ ସରକାର ନିଜ ଭାବମୂର୍ତି ସଜାଡିବାକୁ ଉଦ୍ୟମ କରୁଛନ୍ତି । ଭାରତ ସମେତ ଅନେକ ରାଷ୍ଟ୍ର ସ୍ୱିସ୍ ସରକାରଙ୍କ ଠାରୁ ସେମାନଙ୍କ ନାଗରିକଙ୍କ କଳାଧନ ସଂକ୍ରାନ୍ତ ତଥ୍ୟ ମାଗିଛନ୍ତି । ତେଣୁ ସରକାର ବ୍ୟାଙ୍କ ଆକାଉଂଟ ଧାରୀଙ୍କୁ ନୋଟିସ ପଠାଇଛନ୍ତି । ମେ ୨୧ରେ ୧୧ ଭାରତୀୟଙ୍କୁ ନୋଟିସ୍ ଜାରି ହୋଇଛି ।