ସୁନା କମିଲାଣି ୯୩୦୦ ଟଙ୍କା, ରୂପା କମିଛି ୯୪୦୦ ଟଙ୍କା

ସୁନା କମିଲାଣି ୯୩୦୦ ଟଙ୍କା, ରୂପା କମିଛି ୯୪୦୦ ଟଙ୍କା

ସୁନା କମିଲାଣି ୯୩୦୦ ଟଙ୍କା, ରୂପା କମିଛି ୯୪୦୦ ଟଙ୍କା
ନୂଆଦିଲ୍ଲୀ : କିଛି ମାସ ତଳେ ସୁନା ଦର ବେଶ ଆକାଶଛୁଅାଁ ହୋଇଯାଇଥିଲା । କରୋନା ପାଇଁ ବଜାରରେ ମାନ୍ଦାବସ୍ଥା ଜାରି ରହିବାରୁ ଲୋକମାନେ ସୁନା ଉପରେ ନିବେଶ କରିବାକୁ ଉଚିତ ମନେ କରିଥିଲେ । ଫଳରେ ସୁନା ଦର ବଢ଼ି ଚାଲିଥିଲା । କିନ୍ତୁ ଧିରେଧିରେ ବଜାରରେ ସୁଧାର ଆସିବାରୁ ସୁନା ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ତଥ୍ୟ ଅନୁଯାୟୀ, ଗତକାଲି ସୁନା ଦର ୧୦ ଗ୍ରାମ ପିଛା ୯୪ ଟଙ୍କା ବୃଦ୍ଧି ପାଇ ୪୬ ହଜାର ୮୭୭ ଟଙ୍କାରେ ପହଁଚିଛି । ଅପରପକ୍ଷରେ ରୂପାଦର କେଜି ପିଛା ୩୪୦ ଗ୍ରାମ ବଢ଼ି ୬୮୩୯୧ ଟଙ୍କା ହୋଇଛି । ତେବେ ୨୦୨୦ ଅଗଷ୍ଟରେ ସୁନା ସର୍ବକାଳୀନ ରେକଡର଼୍ ୫୬୨୦୦ ଟଙ୍କାରେ ପହଁଚିଥିଲା । କିନ୍ତୁ ଏବେ ସୁନା ଦର ୪୬୮୭୭ ଟଙ୍କା ରହିଛି । ଅର୍ଥାତ ଗତ ୬ ମାସରେ ସୁନା ଦରରେ ପ୍ରାୟ ୯୩୦୦ ଟଙ୍କା ହ୍ରାସ ଘଟିଛି । ସେହିପରି ରୂପା ଦର ୭୭୮୪୦ ଟଙ୍କାରେ ପହଁଚିଯାଇଥିଲା । ଏବେ ରୂପା ଦର ୬୮୩୯୧ ଟଙ୍କା ଥିବାବେଳେ ଏଥିରେ ୯୪୦୦ ଟଙ୍କା କମିଛି ।